ଭୁବନେଶ୍ୱର, ୨୯/୦୭ : ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣାରେ ନର୍ସିଂ ଅଫିସର ନାନୁ ରାମ୍କୁ ଗିରଫ କରିଛି ପୋଲିସ । ସେପଟେ ନ୍ୟାୟ ଦାବିରେ ରାତି ଅନିଦ୍ରା ହୋଇ ଏମ୍ସ ପରିସରରେ ଧାରଣାରେ ବସିଲେ ପୀଡ଼ିତା ଏବଂ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ସହଯୋଗୀ ଠିକା କର୍ମଚାରୀ । ନ୍ୟାୟ ନ ମିଳିବା ଯାଏ ଅନିର୍ଦ୍ଧିଷ୍ଟ କାଳ ଯାଏ ଧାରଣାରେ ବସିବେ ବୋଲି ଦେଲେ ଚେତାବନୀ । ଅଭିଯୁକ୍ତ ଗିରଫ ହେବା ନେଇ ପୀଡ଼ିତା ଜାଣି ନଥିବା କହିବା ସହ ମୁଁ ସକାଳୁ ଅଭିଯୋଗ କଲେଣି ବହୁ ସମୟ ଧରି ଧାରଣା ରେ ବସିଛି ହେଲେ ଏଯାଏଁ ଏମ୍ସ ର କେହି ତାଙ୍କ ପାଖକୁ ଆସିନଥିବା କହିଛନ୍ତି । ଦୋଷୀକୁ ଗିରଫ କରିବା ସହ ଏମ୍ସ ରୁ ସସପେଣ୍ଡ କରାଯାଉ ଦାବି କରିଛନ୍ତି ପିଡ଼ିତା । ଯେଉଁ ପର୍ଯ୍ୟନ୍ତ ଏହା ନ କରାଯାଇଛି ସେ ପର୍ଯ୍ୟନ୍ତ ମୁଁ ଧାରଣା ରେ ବସିବି ବୋଲି ପୀଡ଼ିତା କହିଛନ୍ତି । ତେବେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଜାତୀୟ ମାନବାଧିକାର କମିଶନ ରେ ମଧ୍ୟ ଅଭିଯୋଗ ହୋଇଛି । ଏପଟେ ପୀଡିତା ଙ୍କୁ ନ୍ୟାୟ ନମିଳିଲା ଯାଏ emergency ବିଭାଗ କୁ ଛାଡି ଏମ୍ସ ରେ ଅନ୍ୟ ସବୁ ବିଭାଗର କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏମ୍ସ ର ଠିକା କର୍ମଚାରୀ ସଙ୍ଘ ।