ଭୁବନେଶ୍ବର, ୧୫/୦୮ : ଆଜି ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ । ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। କମ୍ପୁଛି ମହାତ୍ମା ଗାନ୍ଧୀ ମାର୍ଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ। ପରେଡରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ୨୩ ପ୍ଲାଟୁନ୍ ଫୋର୍ସ ଓ ରାଜ୍ୟ ଓ ରାଜ୍ୟ ବାହାରୁ ମୋଟ ୫୦ ଟି ଟ୍ରୁପ୍ ଅଂଶ ଗ୍ରହଣ କରିଛନ୍ତି । ଯେଉଁଥିରେ ଅନ୍ୟ ଏକ ଆକର୍ଷଣ ଭାବେ ଛତିଶଗଡ଼ରୁ ଟ୍ରୁପ୍ ସାମିଲ ହୋଇଛନ୍ତି । ସ୍ୱାଧୀନତା ଦିବସ ପାଇଁ ସମ୍ପୂର୍ଣ୍ଣ ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ବିଶେଷକରି ଗାନ୍ଧୀ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ରହିଛି । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ସମସ୍ତଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି । ହାଇ ଆଲର୍ଟରେ ଭୁବନେଶ୍ୱର ସହର । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପାଇଁ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ୮୦ତମ ସ୍ବାଧୀନତା ଦିବସ ଅବସରରେ ଗାନ୍ଧି ମାର୍ଗରେ ହେବ ରାଜ୍ୟସ୍ତରୀୟ ପରେଡ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ ଓ ପୋଲିସ୍ ଡିଜିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ। ଭିଆଇପି ଓ ଭିଭିଆଇପି ସୁରକ୍ଷା ଦୃଷ୍ଟିରୁ ତ୍ରିସ୍ତରିୟ ସୁରକ୍ଷା ବଳୟରେ ରହିଛି ଲୋୟର ପିଏମଜି।ଆଣ୍ଟି ଡ୍ରୋନ ପାଟ୍ରୋଲିଂ ସହ ସିସିଟିଭି ସର୍ଭିଲାନସ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ ବଳୟରେ ରହିଛି ପରେଡ ଗ୍ରାଉଣ୍ଡ। ବନ୍ଧୁକଧାରୀ ପୋଲିସ କର୍ମଚାରୀ ଓ୍ବାଚ ଟାଓ୍ବାର ଜରିଆରେ କଡ଼ା ନଜର ରଖାଯାଇଛି।
ରୁଫ ଟପ୍ ସିକ୍ୟୁରିଟି ସହ ମେଟାଲ ଡିଟେକ୍ଟର ଜରିଆରେ ଯାଂଚ ପରେ ପରେଡ ଗ୍ରାଉଣ୍ଡକୁ ପ୍ରବେଶ କରାଯଉଛି ପ୍ରତିଟି ଜିନିଷ। ପାସଧାରୀଙ୍କୁ ଚେକ୍ ପରେ ପରେଡ ଗ୍ରାଉଣ୍ଡକୁ ଅନୁମତି ମିଳୁଛି। ପରେଡ ଗ୍ରାଉଣ୍ଡ ଦେଇ କୋଣସି ଗାଡି ଚଳାଚଳ ହେବ ନାହିଁ। ଏଥିପାଇଁ ଚାରିପଟେ ଟ୍ରାଫିକ ସୁରକ୍ଷା ଜାରି କରାଯାଇଛି। ପରେଡ ଦେଖିବାକୁ ଆସୁଥିବା ଲୋକ ନିର୍ଧାରିତ ସ୍ଥାନରେ ପାର୍କିଂ କରିବେ।ତେବେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଏୟାରପୋର୍ଟ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ବସଷ୍ଟାଣ୍ଡ ଓ ସହରର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି ରହିଛା । ରାତି ଅଧିଆ ବିଭିନ୍ନ ହୋଟେଲରେ ମଧ୍ୟ ଯାଂଚ ହେଉଛି। ଯେପରି କୌଣସି ସନ୍ଦିଗ୍ଧ ଗତିବିଧି ରହିବ ନାହିଁ ସେ ଦିଗରେ ଗୁରୁତ୍ବ ଦିଆଯାଇଛି ।