ଘାଟିକିଆ ସରକାରୀ ଉନ୍ନୀତ ଉଚ୍ଚବିବ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

0

ଭୁବନେଶ୍ୱର, ୦୫/୦୪ : ଘାଟିକିଆ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଓ ଓଭିଇପି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବରେ ୨୩ନମ୍ବର ୱାର୍ଡର କର୍ପୋରେଟ ଶ୍ରୀମତୀ କିରଣବାଳା ମାଝୀ, ମୁଖ୍ୟ ବକ୍ତା ଭାବରେ ପୂର୍ବତନ କର୍ପୋରେଟର ତଥା ଶିକ୍ଷାଜାଗରଣ କମିଟି ଘାଟିକିଆର ସଭାପତି ଶ୍ରୀଯୁକ୍ତ ଦିଲ୍ଳିପ କୁମାର ମାଝୀ ଯୋଗଦାନ କରି ପିଲାମାନଙ୍କୁ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ଡ. ପ୍ରଭାତ କୁମାର ରଥ ସଭାପତି ଭାବରେ ସଭାକାର୍ଯ୍ୟ ତୁଲାଇଥିଲେ । ଉକ୍ତ ସଭାରେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀଯୁକ୍ତ ସମୀର ରଞ୍ଜନ ନନ୍ଦ, ସଂପାଦକ ଶ୍ରୀଯୁକ୍ତ ପ୍ରଶନ୍ନ ଭୁଜବଳ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ସିଆରସିସି ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ରାଉତ, ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ନାୟକ, ଶିକ୍ଷୟିତ୍ରୀ ଶ୍ରୀମତି କଲ୍ୟାଣୀ ଆଚାର୍ଯ୍ୟ, ଶ୍ରୀମତୀ ମମତା ନାୟକ ପ୍ରଭୃତି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ । ପ୍ରତିଯୋଗିମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ସଂପାଦିତ ହୋଇଥିଲା । ଶ୍ରୀଯୁକ୍ତ ବ୍ରହ୍ମନନ୍ଦ ଓଝା ବିଦ୍ୟାଳୟ ବିବରଣୀ ପାଠ କରିଥିଲେ । ସର୍ବଶେଷରେ ଶ୍ରୀମତୀ ସୋନାଲି ଶୁଭସ୍ମିତା ସମର୍ଥା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.