ଭୁବନେଶ୍ୱର, ୦୮/୦୪ : ବୀର କଳିଙ୍ଗ ପୁତ୍ର ରାଜ୍ୟସ୍ତରୀୟ ଓପନ ବଡି ବିଲଡିଂ ଚମ୍ପିୟାନସିପ୍ ୨୦୨୫, ଓଡିଶା ବଡି ବିଲଡିଂ ସଂଘ, ପୁରୀ ଦ୍ୱାରା ଆୟୋଜିତ ତୃତୀୟ ସଂସ୍କରଣରେ ବଡି ବିଲଡିଂରେ ଭୁବନେଶ୍ୱରର ଅନନ୍ତ କୁମାର ନାୟକ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ତା’ସହିତ ପୁରୁଷ ଫିଜିକ୍ସରେ ମଧ୍ୟ ଟପ୍ ପାଞ୍ଚ ନମ୍ବର ରେ ରହିଛନ୍ତି l ଝାରପଡା, ଭୁବନେଶ୍ୱରସ୍ଥିତ ବିଙ୍ଗଷ୍ଟ୍ରଙ୍ଗ ୨୪ ଜିମ୍ ରେ ଗୁରୁ ଶୁଭାଶିଷ ପାତ୍ରଙ୍କ ଠାରୁ ଅନନ୍ତ ଶିକ୍ଷା ଲାଭ କରୁଛନ୍ତି l ତେବେ ୬୫ କିଲୋଗ୍ରାମ ଓଜନର ଭାର ଉତ୍ତୋଳନ କରି ଅନନ୍ତ ଏହି ସଫଳତା ହାସଲ କରିଛନ୍ତି l ଆୟୋଜକ, ବୀର କଳିଙ୍ଗ ପୁତ୍ର ଓପନ ବଡି ବିଲଡିଂ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାସୁଆର, ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ଚନ୍ଦ୍ର, ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ତେବେ ସାରା ଓଡିଶାରୁ ଏହି ପ୍ରତିଯୋଗିତାରେ ୧୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଭିନ୍ନ ସୋପାନ ସଫଳତାର ସହ ଅତିକ୍ରମ କରି ଅନନ୍ତ କୁମାର ନାୟକ ଓପନ ବଡି ବିଲଡିଂରେ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଛନ୍ତି ଲ ଏ ସଫଳତାର ଶ୍ରେୟ ସ୍ବର୍ଣ୍ଣ ପଦକ ବିଜେତା ଅନନ୍ତ କୁମାର ନାୟକ ତାଙ୍କ ଗୁରୁ ଶୁଭାଶିଷ ପାତ୍ର ଏବଂ ବିଙ୍ଗଷ୍ଟ୍ରଙ୍ଗ ଅନୁଷ୍ଠାନର ବୋଲି ନିଜର ମତ ରଖିଥିଲେ l ଏହି ସଫଳତା ପାଇଁ ତାଙ୍କୁ ସାରା ରାଜ୍ୟବାସୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି l