ଭୁବନେଶ୍ୱର, ୧୧/୦୪ : ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚବିଦ୍ୟାଳୟ, ପୁରୁଣା ଭୁବନେଶ୍ୱର ପ୍ରାଙ୍ଗଣରେ ଏମ୍ଏମ୍କେଏମ୍ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ “ସର୍ବଧର୍ମ ସଭା’ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ପ୍ରଭାତ କୁମାର ରଥଙ୍କର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଶିଶିର କୁମାର ମିଶ୍ର ଅବସରପ୍ରାପ୍ତ ଡିଆଇଜି ଜାମ୍ମୁକାଶ୍ମୀର, ବିଶିଷ୍ଠ ଅତିଥି ଭାବରେ ଶ୍ରୀ ପରମହଂସ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା, ମୁଖ୍ୟବକ୍ତା ଭାବରେ ସକିଲ ଅହମ୍ମଦ ଇକ୍ରା ରିସର୍ଚ୍ଚ ଏକାଡେମୀ ଭୁବନେଶ୍ୱର, ସମ୍ମାନୀତ ଅତିଥି ଭାବରେ ଶ୍ରୀ ହୃଷିକେଶ ଶତପଥୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜରେଇକୁଳା ହାଇସ୍କୁଲ, ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଟ୍ରଷ୍ଟୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ କୁମାର ବାରିକ୍ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ସମସ୍ତଙ୍କର ଗୋଟିଏ ଧର୍ମ ମାନବ ଧର୍ମର ବୈଷଷ୍ଟ୍ୟତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ମିତ୍ର ରଞ୍ଜନ ଦାସ ସଂଯୋଜକ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଆରତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶ୍ରୀକାନ୍ତ ଦାସ, ରମାକାନ୍ତ ନାୟକ, ଶିକ୍ଷୟିତ୍ରୀ ଇତିଶ୍ରୀ ଆରାଧନା, ରଶ୍ମିତା ସାହୁ, ଦିପ୍ତିମୟୀ, ଅପରାଜିତା ସାହୁ ପ୍ରଭୃତି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମଞ୍ଚ ପରିଚାଳନା କରିଥିଲେ ।