ଏକାମ୍ର ବରିଷ୍ଠ ନାଗରିକ ସଂଘର ବୋଲବମ ଭକ୍ତଙ୍କ ପାଇଁ ସେବା କାର୍ଯ୍ୟକ୍ରମ

ଭୁବନେଶ୍ବର, ୦୪/୦୮ : ଏକାମ୍ର ବରିଷ୍ଠ ନାଗରିକ ସଂଘ ତରଫରୁ ଶ୍ରାବଣ ମାସର ଶେଷ ସୋମବାର କାଉଡିଆ ମାନଙ୍କ ଆଗମନକୁ ଲକ୍ଷ୍ଯକରି ସଂଗଠନ ତରଫରୁ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା । ପ୍ରତ୍ୟେକ ବରିଷ୍ଠ ନାଗରିକ ମାନେ ସଂଗଠନର ୟୁନିଫର୍ମ ପିନ୍ଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୋଲବମ ଭକ୍ତମାନଙ୍କୁ ସେବା ପ୍ରଦାନ କରିବାପାଇଁ ଶୁଦ୍ଧ ଶାକାହାରୀ ଖାଦ୍ୟପେୟର ବ୍ୟଞ୍ଜନ ସହିତ ଗରମ ଚାହାର ସଂପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଥିଲା । ଏହି ଉଚ୍ଛବକୁ ଆନୁଷ୍ଠାନିକ ଭାବେ ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ଗିରିଜା ନନ୍ଦନ ମହାନ୍ତି, ସଂଗଠନର କାର୍ଯ୍ୟକାରୀ ସଭାପତି ଡଃ ନୀତି ରଞନ ଚାନ୍ଦ, ଭୁବନେଶ୍ବର ବାର ଆସୋସିଏସନର ସାଧାରଣ ସମ୍ପାଦକ ସତ୍ଯ ରଞ୍ଜନ ସେନାପତି ,ବରିଷ୍ଠ ଆଇନଜିବୀ ପ୍ରଶାନ୍ତ ରଞନ ପଟ୍ଟନାୟକ,ପର୍ଯ୍ୟଟନ ନିଗମ ଶ୍ରମିକ ସଂଘର ସଭାପତି ବେଣୁଧର ପାତ୍ର ଉଦଘାଟନ କରିଥିଲେ । ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା ,ସମ୍ପାଦକ ଧିରେନ ପଟ୍ଟନାୟକ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ବିଭିନ୍ନ ପର୍ଯାୟରେ ଗରିବ, ଅସହାୟ ,ନିଷ୍ପେସିତ ଗରିବ ଜନସାଧାରଣଙ୍କ ପାଇଁ ସଂଗଠନ ତାର ସେବା କାର୍ଯ୍ୟକ୍ରମ ଚାଲୁ ରଖିଅଛି. କାର୍ଯ୍ୟକ୍ରମର ଅଂଶ ବିଶେଷ ଏହି ଧାର୍ମିକ ମାସରେ ବୋଲବମ ଭକ୍ତଙ୍କ ପାଇଁ ସେମାନଙ୍କର ନିଜ ନିଜର ଅନୁଦାନରେ ଏହି ମେଗା ସେବା କାର୍ଯ୍ୟକ୍ରମ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଂଗଠନର ଉପସଭାପତି ରମାକାନ୍ତ ମହାନ୍ତି, ଅଶୋକ ଆଚାର୍ଯ୍ଯ, ଯୁଗ୍ମ ସମ୍ପାଦକ ସକଳେଶ୍ୱର ପଟ୍ଟନାୟକ ,କୋଷାଧ୍ୟକ୍ଷ ସୁଧାଂଶୁ ଭୁଷଣ.ମିଶ୍ର, ଦିଲ୍ଲିପ କୁମାର ମହାନ୍ତି, ବିମଳ ପଟ୍ଟନାୟକ,ନରେନ୍ଦ୍ର ସମର୍ଥା , ବିଷ୍ନୁ ଚରଣ ମିଶ୍ର, ପି.ପ୍ରଦୀପ କୁମାର ପାତ୍ର, ନିର୍ମଳ ରାଉତ,ହେମନ୍ତ ପଣ୍ଡା, ଅମ୍ବିକା ଶିଶୁ ଗୋସ୍ଵାମୀ ,ନିହାର ରଞ୍ଜନ ସେଠୀ ,ଗୋପନ ମହାସୁଆର ,ବିରଞି ନାରାୟଣ ପତି ,ବିଜୟକୁମାର ମଲିଆ, ଗୌରୀ ପ୍ରସାଦ ମହାନ୍ତି ,ଗୌର ମୋହନ ଦାଶ, ସତ୍ଯବ୍ରତ ନନ୍ଦ, ଜ୍ଞାନ ରଞ୍ଜନ ବଟୁ ,ଜ୍ଞାନେନ୍ଦ୍ର ପଟ୍ଟନାୟକ ,କାଶିନାଥ ବିଷୋୟୀ, ଅମିତ କୁମାର ମଲିଆ ,ପ୍ରଶାନ୍ତ ପ୍ରହରାଜ ପ୍ରମୁଖ ଯୋଗଦାନ ଦେଇ ଏହି କାର୍ଯକ୍ରମକୁ ସଫଳତାର ସହିତ ସଞ୍ଚାଳନ କରିଥିଲେ .ଅନ୍ୟ ମାନଙ୍କ ମଧ୍ଯରେ ବିଜୟ ବିହାର ବରିଷ୍ଠ ନାଗରିକ ସଂଘର ସଭାପତି ରମା ଶଙ୍କର ପଟ୍ଟନାୟକ, ବିଶିଷ୍ଟ ବ୍ଯବସାୟୀ ବସନ୍ତ କୁମାର ହାତି , ଅକ୍ଷୟ କୁମାର ସାହୁ ଓ ଡି.ସି.ବି ବ୍ଯାଙ୍କ,ଭୁବନେଶ୍ବର ସାମନ୍ତରାପୁର ଶାଖା ତରଫରୁ ଆବଶ୍ୟକୀୟ ସାହାଯ୍ଯ ସହଯୋଗ କରାଯାଇଥିବାରୁ ଧନ୍ୟବାଦ ଦିଆଯାଇଥିଲା ।