ନୂଆଦିଲ୍ଲୀ, ୦୨/୧୨ : ରଣବୀର ସିଂଙ୍କ ‘ଡନ୍ ୩’କୁ ନେଇ ବଡ଼ ଅପଡେଟ୍ । ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ଡନ୍ ୩’ର ସୁଟିଂ କେବେ ଆରମ୍ଭ ହେବ? ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଫରହାନ ବର୍ତ୍ତମାନ ତାଙ୍କର ଲାଟେଷ୍ଟ ରିଲିଜ ହୋଇଥିବା ଫିଲ୍ମ ୧୨୦ ବାହାଦୁରକୁ ଉପଭୋଗ କରୁଛନ୍ତି । ସେହି ସମୟରେ ଫରହାନ ଅଖତର ଫିଲ୍ମଫେୟାର ସହିତ ଇଣ୍ଟରଭ୍ୟୁ ସମୟରେ ‘ଡନ୍ ୩’ର ସୁଟିଂ ବିଷୟରେ ପ୍ରକାଶ କରିଛନ୍ତି । “ଆମେ ଆସନ୍ତା ବର୍ଷ ସୁଟିଂ ଆରମ୍ଭ କରିବୁ । ‘ଡନ୍ ୩’ର ନିର୍ମାତାମାନେ ସେପ୍ଟେମ୍ବର ୨୦୨୫ରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ପ୍ଲାନିଂ କରୁଥିଲେ । ତେବେ ପରେ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଡନ୍ ୩’ରେ ଏଥର ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କ ସ୍ଥାନରେ ରଣବୀର ସିଂ ଡନ୍ ଭାବରେ ନଜର ଆସିବେ । ଫିଲ୍ମର ତୃତୀୟ ଫ୍ରାଞ୍ଚାଇଜରେ ରଣବୀର ସିଂ ବିକ୍ରାନ୍ତ ମେସିଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ । ‘ଦିଲ୍ ଧଡକନେ ଦୋ’ ପରେ ଏହି ଫିଲ୍ମରେ ରଣବୀର ଓ ବିକ୍ରାନ୍ତ ପୁଣି ଥରେ ଏକାଠି କାମ କରୁଛନ୍ତି ।
ଏହି ଯୋଡି ୨୦୧୩ ରେ ବିକ୍ରମଦିତ୍ୟ ମୋଟୱାନେଙ୍କ “ଲୁଟେରା”ରେ ମଧ୍ୟ ଏକାଠି କାମ କରିଥିଲେ । ତେବେ ପ୍ରଥମ ଥର ପାଇଁ ପରଦାରେ ଦୁହେଁ ପରସ୍ପର ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ । ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମ ସହ ଜଡିତ ଏକ ସୂତ୍ର ପୂର୍ବରୁ କହିଥିଲା, ଦୁହିଁଙ୍କ ମଧ୍ୟରେ ବାଇକ୍ ଚେଜ୍ ସମେତ ଅନେକ ଷ୍ଟାଇଲିସ୍ ଆକ୍ସନ୍ ଦୃଶ୍ୟ ରହିବ । ହିନ୍ଦୀ ସିନେମାର ପ୍ରିୟ ବିକ୍ରାନ୍ତ ‘ଡନ୍ ୩’ ରେ ସମ୍ପୂର୍ଣ୍ଣ ନୂଆ ଅବତାରରେ ନଜର ଆସିବେ, ଯାହା ଦର୍ଶକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ । ରଣବୀର ସିଂଙ୍କ ସହ ‘ଡନ୍ ୩’ରେ ମୁଖ୍ୟ ଭୂମିକାରେ କିଆରା ଆଡଭାନୀ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ । କିନ୍ତୁ ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ସେ ଏହି ପ୍ରୋଜେକ୍ଟରୁ ଦୂରେଇ ଯାଇଛନ୍ତି ଏବଂ ତାଙ୍କ ସ୍ଥାନରେ କ୍ରିତି ସାନନଙ୍କୁ ନିଆଯାଇଛି । କିନ୍ତୁ ନିର୍ମାତାମାନେ ଆନୁଷ୍ଠାନିକ ଭାବେ ଏ ବିଷୟରେ କିଛି ଘୋଷଣା କରିନାହାଁନ୍ତି ।