ନୂଆଦିଲ୍ଲୀ,୬/୧୦ : ବିହାରରେ ଦୁଇଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ନଭେମ୍ବର ୬ ଓ ୧୧ ତାରିଖରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ନଭେମ୍ବର ୬ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନଭେମ୍ବର ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ୧୪ ନଭେମ୍ବରରେ ବିହାର ନିର୍ବାଚନ ଫଳାଫଳ । ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ୧୪ ହଜାର ଶତାୟୁ ଭୋଟର ଅଛନ୍ତି। ପ୍ରଥମଥର ମତଦାନ କରିବେ ୧୪ ଲକ୍ଷ ଭୋଟର । ବିହାରରେ ମୋଟ ୭ କୋଟି ୪୨ ଲକ୍ଷ ମତଦାତା ରହିଛନ୍ତି । ପୁରୁଷ ମତଦାତାଙ୍କ ସଂଖ୍ୟା ୩ କୋଟି ୯୨ ଲକ୍ଷ । ମହିଳା ମତଦାତାଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ । ୯୦ ହଜାର ୭୧୨ଟି ପୁଲିଂ ଷ୍ଟେସନ ବ୍ୟବସ୍ଥା ରହିଛି ।
