ନୂଆଦିଲ୍ଲୀ, ୧୫/୧୦ : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଜେଡିୟୁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଙ୍ଗଳବାର ଦିନ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୫୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଜେଡିୟୁ ଏଲଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଦାବି କରୁଥିବା ଚାରୋଟି ଆସନରେ ମଧ୍ୟ ପ୍ରାର୍ଥୀ ଦେଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତାକାଲି ତାଙ୍କର ପ୍ରଚାର ଆରମ୍ଭ କରିବେ । ସେ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲରେ ମଧ୍ୟ ଯୋଗ ଦେବେ ଏବଂ କୋସୀ ଅଞ୍ଚଳରେ କ୍ୟାମ୍ପ କରିବା ସମୟରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ପ୍ରଥମ ଥର ପାଇଁ ଜେଡିୟୁ ଦ୍ୱାରା ଜାରି ହୋଇଥିବା ତାଲିକାରେ ୪ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବିହାର ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୭୧ ଜଣ ପ୍ରାର୍ଥୀଙକ ନାଁ ଘୋଷଣା କରି ବିଜେପି ।
