ବିହାର ନିର୍ବାଚନ : ନୀତିଶ ଫେରିବେ ନା ତେଜସ୍ୱୀ ବଦଳେଇବେ ବାଜି, କିଛି ସମୟ ପରେ ସ୍ପଷ୍ଟ ହେବ ଚିତ୍ର

ପାଟଣା, ୧୦/୧୧ : ବିହାର ବିଧାନସଭା ନିର୍ବାଚନର ଗଣନା ଆଜି ସକାଳ ଆଠଟାରୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ୩୮ଟି ଜିଲ୍ଲାର ୫୫ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମୋଟ ୪୧୪ କାଉଣ୍ଟିଂ ହଲରେ ଭୋଟ୍ ଗଣାଯିବ | ଯେଉଁଥିପାଇଁ ସ୍ଥାନୀୟ ପୋଲିସ ସହିତ ୭୮ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି।

ବିହାରରେ କିଏ ସରକାର ଗଢ଼ିବ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ । ଏହାର ଫଳାଫଳ ନୀତୀଶ କୁମାରଙ୍କ ସରକାରର ଭବିଷ୍ୟତ ନିର୍ଦ୍ଧାରଣ କରିବ । ନୀତୀଶ କୁମାର ବିଗତ ୧୫ ବର୍ଷ ହେବ ବିହାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଗତ ୭ ତାରିଖ ସନ୍ଧ୍ୟାରେ ଆସିଥିବା ଏଗଜିଟ ପୋଲ ରିପୋର୍ଟ ଜେଡିୟୁ-ବିଜେପି ବିରୋଧରେ ଆସିଛି । ଏଥିରେ ମହାମେଣ୍ଟକୁ ବିଜୟ ଆକଳନ କରାଯାଇଛି । ୩୧ ବର୍ଷୀୟ ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ଅଟନ୍ତି ।

ବିହାରରେ ୨୪୩ ନିର୍ବାଚନ ମଣ୍ଡଳୀ ଲାଗି ଭୋଟ ଗ୍ରହଣ ହୋଇଛି । ବୈଶାଳୀ ଜିଲ୍ଲାର ରାଧୋପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ତେଜସ୍ୱୀ ଯାଦବ ନିର୍ବାଚନ ପଡିଆରେ ଅବତୀର୍ଣ୍ଣ ଅଛନ୍ତି । ରାଧୋପୁର ଆସନରୁ ପୂର୍ବରୁ ଲାଲୁ ପ୍ରସାଦ ଓ ରାବଡ଼ି ଦେବୀ ପ୍ରତିନିଧିତ୍ୱ କରିସାରିଛନ୍ତି । ତେଜସ୍ୱୀଙ୍କ ବଡ଼ ଭାଇ ତେଜ ପ୍ରତାପ ସମସ୍ତୀପୁର ଜିଲ୍ଲାର ହାସନପୁର ଆସନରୁ ନିର୍ବାଚନ ଲଢ଼ିଛନ୍ତି ।