ବିହାର ନିର୍ବାଚନ : ଆଜି ବାଙ୍କାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୧୭/୧୦ : ଆଜି ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାଙ୍କା ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ବାଙ୍କା ଜିଲ୍ଲା ଆଦିବାସୀ ପ୍ରବଣ ଜିଲ୍ଲା, ସେଠି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନୂଆପଡାରୁ ସିଧା ବିହାର ଗସ୍ତରେ ଯାଇ ଓଡିଶା ଫେରିବେ ମୋହନ ଚରଣ ମାଝୀ । ଏପଟେ ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ରାଜ୍ୟ ସଭାପତି ରାଜେଶ ରାମଙ୍କୁ କୁଟୁମ୍ବାରୁ ପ୍ରାର୍ଥୀ କରିଥିବା ବେଳେ ଶକିଲ ଅହମ୍ମଦଙ୍କୁ କାଦବାରୁ ପ୍ରାର୍ଥୀ କରାଯାଇଛି। ଶଶାଙ୍କ ଶେଖରଙ୍କୁ ପାଟନା ସାହିବରୁ ଟିକେଟ୍ ମିଳିଛି । କୌଶଳେନ୍ଦ୍ର କୁମାରଙ୍କୁ ନାଳନ୍ଦାରୁ ପ୍ରାର୍ଥୀ କରାଯାଇଛି । ମହାମେଣ୍ଟ ସହ ଆସନ ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା ।

SBI_Festive_Digital Billboard