ଆଜି ବାଜିବ ବିହାର ବିଧାନସଭା ନିର୍ବାଚନ ବିଗୁଲ : ଅପରାହ୍ଣରେ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ, ୦୬/୧୦ : ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିବେ ଇସିଆଇ । ବିହାର ନିର୍ବାଚନ ତାରିଖ ସଂପର୍କରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ । ନିର୍ବାଚନ ତାରିଖ ଘୋଷଣା ସହିତ କେତେଟି ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ମଧ୍ୟ ଜଣାପଡିବ । ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହିଁ ନିର୍ବାଚନ ଶେଷ ହେବ । ନିର୍ବାଚନ କମିଶନର ୪ ଓ ୫ ଅକ୍ଟୋବରରେ ବିହାର ଗସ୍ତ କରିଥିଲେ । ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ବିଭିନ୍ନ ରାଜନୈତିକ ଦଳ, ଅଧିକାରୀ ଏବଂ ପୋଲିସ ବିଭାଗ ସହିତ ସଂପର୍କ କରିଥିଲେ । ଏହି ସମୟରେ ଆଇନ ବ୍ୟବସ୍ଥା ଏବଂ ମତଦାନ କେନ୍ଦ୍ରର ବ୍ୟବସ୍ଥା ବିଷୟରେ ମଧ୍ୟ ତଦାରଖ କରିଥିଲେ । ବୁଥରୁ ଶହେ ମିଟର ଭିତରେ ପ୍ରାର୍ଥୀମାନେ ନିଜର ଏଜେଣ୍ଟମାନଙ୍କୁ ନିଯୁକ୍ତ କରିପାରିବେ । ସବୁ ପୋଲିଂ ଷ୍ଟେସନର ଓ୍ୱେବ୍ କାଷ୍ଟିଂ ହେବ । ୧୦୦ ପ୍ରତିଶତ ୱେବ କାଷ୍ଟିଂ ହେବ । ପୂର୍ବରୁ ଇଭିଏମରେ ବାଲାଟ୍ ପେପର କଳାଧଳା ରଙ୍ଗର ଆସୁଥିଲା । ହେଲେ ଏବେ କିନ୍ତୁ ବିହାର ନିର୍ବାଚନରେ ପ୍ରାର୍ଥୀମାନଙ୍କର ରଙ୍ଗୀନ ଫଟୋ ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

SBI_Festive_Digital Billboard