ମହାକାଳପଡ଼ା,୨୩/୬ : ରାଜ୍ୟ ସରକାରଙ୍କ ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜମ୍ବୁ -ମାର୍ଶାଘାଇ ତଳକେନାଲ ବନ୍ଧଠୁ ବିଜୟ ନଗର ରାସ୍ତା ଆରମ୍ଭ ପଏଣ୍ଟରେ l କେନାଲ ବନ୍ଧ ଠାରୁ କେୟାରବାଙ୍କ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତି କରଣ ନେଇ ଆରଡ଼ି ବିଭାଗୀୟ ଠିକାଦାର ବର୍ଷା ଋତୁ ପ୍ରାରମ୍ଭରେ ମାଟି ପକାଇଥିଲେ l ମାତ୍ର ବିଭାଗୀୟ ତଦାରଖା ଅଭାବରୁ ହେଉଵା ବା ଠିକାଦାର ଲୋକଙ୍କ ଅବହେଳିତ ମନୋଭାବ ଯୋଗୁ ରାସ୍ତାର ଢ଼ଳେଇ ଓ ପିଚୁ ଉପରେ ସଫେଇ ଅଭାବରୁ ଅଧିକାଂଶ ସ୍ଥାନରେ କିଛି ମାଟି ପଡି ରହିଛି l ଯାହାଫଳରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଥିବା ମାଟି କାଦୁଅରେ ଚାଲି ଯିବା ସମ୍ଭବ ହେଉନି ବାଇକ ଓ ସାଇକେଲ କଥା ପଚାରେ କିଏ? ଅନେକ ଅଜଣା ବ୍ୟକ୍ତି ବର୍ଷା ସମୟରେ ଓ ପରେ ଏହି ପ୍ରମୁଖ ରାସ୍ତା ଦେଇ ଗଲେ ଠାବେ ଠାବେ ଜମିଥିବା ପାଣି ଓ କାଦୁଅ ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କେତେବେଳେ କେମିତି କେହି ବାଇକ ଚାଳକ ଓ ସହଯୋଗୀ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି l
ଆଉ ବିଶେଷ ଦୁଃଖର ବିଷୟ ପ୍ରଶସ୍ତି କରଣ ଆରଡ଼ି ରାସ୍ତାର ପାର୍ଶ୍ଵ ରେ ରହିଥିବା ୧୬ ପରିବାର ଲୋକେ ବର୍ଷା ହେଲେ ବାହାରକୁ ବାହାରି ପାରୁନାହାନ୍ତି l ଏପରିକି ପିଲାମାନେ ପାଠ ପଢି ଯିବା ସମ୍ଭବ ହେଉନି ଓ ରାତିଅଧ ତିନି ପ୍ରହର କାହାରି କିଛି ଅସୁବିଧା ହେଲେ ଭାଗ୍ୟକୁ ଆଦରି ଚୁପ ରହୁଛନ୍ତି ଲ ଏବିଷୟରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଏକାଧିକ ବାର ଅବଗତ କରିବା ପରେ ବି ରାସ୍ତାରୁ ଏଯାବତ ସଫେଇ ହୋଇ ପାରୁନି ପାଣି କାଦୁଅ l କେବଳ ଠିକାଦାରଙ୍କୁ ଏକାଧିକବାରଅଭିଯୋଗ ଜଣାଇଥିବା କଥା କନିଷ୍ଠ ଯନ୍ତ୍ରୀ କହୁଥିବା ବେଳେ କାର୍ଯ୍ୟ ଶୂନ ବୋଲି ଦୃଶ୍ୟମାନ ହେଉଛି l
ସାଧାରଣ ଲୋକଙ୍କର ଗମନା ଗମନ ଜନିତ ଏହି ସମସ୍ୟାର କେବେ ହେବ ଆଶୁ ସମାଧାନ ଦେଖିବାକୁ ରହିଲା ?