କୋରାପୁଟରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ ସେବା

କୋରାପୁଟ : କୋରାପୁଟ ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ବାଇକ ଆମ୍ବୁଲାନ୍ସ । ରାଜ୍ୟରେ ପ୍ରଥମ କରି ଏହି ସେବା ଆରମ୍ଭ ହେବ କୋରାପୁଟ ଜିଲ୍ଲାରୁ ।

କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ଏକ ସ୍ୱତନ୍ତ୍ର ଫଣ୍ଡରୁ ଜିଲ୍ଲାକୁ ଆସିଛି ଏହି ୮ଟି ବାଇକ ଆମ୍ବୁଲାନ୍ସ । ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ନିୟୋଜିତ ହେବ ଏହି ବାଇକ ଆମ୍ବୁଲାନ୍ସ । ଦୁର୍ଗମ ଅଞ୍ଚଳ କୁହାଯାଉଥିବା ନାରାୟଣପାଟଣା, ବନ୍ଧୁ ଗାଁ, ଲମତାପୁଟ, ଦଶମନ୍ତପୁର ଭଳି ବ୍ଲକରେ ଏହି ବାଇକ ଆମ୍ବୁଲାନ୍ସ କାମ କରିବ । ତେବେ ଏହା କେବେଠାରୁ ଆରମ୍ଭ ହେବ ଏବଂ ଏହାର ଦାୟିତ୍ୱ କାହାକୁ ଦିଆଯିବ ନେଇ ବିଧିବଧ ଭାବେ ୨ରୁ ୩ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧାକାରୀ ।