କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହା ସହ ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ ମଧ୍ୟରୁ ୭ଟି ବାଇକ ଉଦ୍ଧାର କରିବା ସହିତ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି । ଏନେଇ କଣ୍ଟାବାଞ୍ଜି ପୁଲିସ ଷ୍ଟେନରେ ଥାନା ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ଅଂଚଳରୁ ୨ଟି ମୋଟର ସାଇକେଲ, ମୁରିବାହାଲ ଥାନା ଅଂଚଳରୁ ୨, ତୁରେକେଲା ଥାନା ଅଂଚଳରୁ ୧ ଟି, ବେଲପଡ଼ା ଥାନା ଅଂଚଳରୁ ଗୋଟିଏ ମୋଟର ସାଇକେଲ ଚୋରି ହୋଇଥିଲା। ଅନ୍ୟ ଏକ ମୋଟର ସାଇକେଲ ଛତିଶଗଡ ଅଂଚଳର ବୋଲି ଜଣାପଡ଼ିଥିବା ବେଳେ କେଉଁ ଥାନାରେ ଅଭିଯୋଗ ହୋଇଛି ପୁଲିସ ତଦନ୍ତ ଜାରି ରଖିଛି । ତେବେ କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମାହାପତ୍ରଙ୍କ ନେତୃତ୍ବରେ ମୋଟର ସାଇକେଲ ଚୋରଙ୍କୁ ଗିରଫ କରିବାକୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଏହି ଦଳ ବିଭିନ୍ନ ସ୍ଥାନରେ ଚଢଉ କରି ଚୋରମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଗିରଫ ଚୋରମାନେ ହେଲେ ରାମୁଡଗାଁର ଶିବ ପ୍ରଧାନ (୨୪), କୁକୁଡାହାଡର ପ୍ରଭାତ କୁମାର ବେହେରା ( ୨୬) ଓ ହୀରାଲାଲ ପଟେଲ । ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୁଚନା ଦେଇଛି। ତେବେ ଏହି ଚୋରିରେ ସାମିଲ ଥିବା ସୁରଥ ପଟେଲକୁ ପୁଲିସ ଅନ୍ୟ ଏକ ଚୋରି ମାମଲାରେ ପ୍ରଥମରୁ କୋର୍ଟ ଚାଲାଣ କରିସାରିଥିବା ଜଣାଯାଇଛି।.