ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

ଭୁବନେଶ୍ୱର, ୦୪/୧୦ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡୁଲୁରୀ ପାଇନବଣ ନିକଟରେ ଏକ ବଡ଼ ବାଇକ୍‌ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ବାଇକ ଆରୋହିଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିନଥିବା ବେଳେ ଅନ୍ୟ ଦୁଇ ଜଣ ବାଲିଗୁଡା ଥାନା କୁଟିଗୁଡ଼ା ଗାଁ ରଙ୍ଗନାଥ ପ୍ରଧାନ ଓ ଟୁନା ପ୍ରଧାନ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ହାତୀମୁଣ୍ଡା ପଞ୍ଚାୟତର ହୋଇଥିବା ନେଇ ଅନୁମାନ କରାଯାଉଛି l ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପଟୁ ଏକ ବାଇକ୍‌ରେ ୩ ଜଣ ଯୁବକ କଫି ବଗିଚା ରାସ୍ତା ଦେଇ ଯାଉଥିଲେ l ସେହି ସମୟରେ ଡୁଲୁରୀ ପାଇନ ବଣ ପୂର୍ବରୁ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍‌ଟି ସିଧା ଡୁଲୁରୀ ନାଳ ଭିତରକୁ ଚାଲିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ପହଞ୍ଚି ୩ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ସେମାନଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ବଡ଼ଧରଣର ଦୁର୍ଘଟଣା ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

SBI_Festive_Digital Billboard