ଟିକାକରଣ ସଫଳତା ପାଇଁ ଦୁନିଆ ଭାରତଠାରୁ କିଛି ଶିଖୁ : ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ ୨୯/୦୫: ମାଇକ୍ରୋସଫ୍ଟର ସହ–ସଂସ୍ଥାପକ ବିଲ୍‌ ଗେଟ୍ସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କ ସହ ବୈଠକ କରିଥିଲେ । ଏହାର ଠିକ୍ କିଛି ଦିନ ପରେ ଭାରତକୁ ସେ ଖୁବ୍ ପ୍ରଶଂସା କରିଛନ୍ତି । ଖାସ କରି ଟିକାକରଣ ଅଭିଯାନ ଓ ଏଥିପାଇଁ ବ୍ୟବହୃତ ଟେକ୍ନୋଲଜିକୁ ନେଇ ପ୍ରଶଂସା କରିଛନ୍ତି ବିଲ୍ ଗେଟ୍ସ । ସେ ଆହୁରି କହିଛନ୍ତି ଦୁନିଆ ଭାରତଠାରୁ କିଛି ଶିଖୁ ।

ସୂଚନା ଥାଉକି, ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସପ୍ତାହର ଆରମ୍ଭରେ ଡାଭୋସରେ ବିଲ୍‌ ଗେଟ୍ସଙ୍କ ସହ ନିଜର ବୈଠକର ଫଟୋ ଟ୍ୱିଟରରେ ସେୟାର କରିଥିଲେ । ସେପଟେ ବିଲ୍‌ ଗେଟ୍ସଙ୍କ ସହ କଥାବାର୍ତ୍ତା ହୋଇ ଖୁସି ହୋଇଥିବା ଟ୍ୱିଟ୍‌ରେ ସେୟାର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବିଲଗେଟ୍ସ କୋଭିଡ-୧୯ ପରିଚାଳନା ଓ ବିଶାଳ ଟିକାକରଣ ପ୍ରୟାସ ଗୁଡ଼ିକରେ ଭାରତର ସଫଳତାର ପ୍ରଶଂସା କରିଛନ୍ତି ।