ଟୋକିଓ : ଜାପାନରେ ଏବେ ଦେଖାଦେଇଛି ଭୟାନକ ବାର୍ଡଫ୍ଲୁ । ଜାପାନ ସରକାର ସଂକ୍ରମତି କୁକୁଡାଙ୍କୁ ପୋତି ଦେଉଛନ୍ତି । ଜାପାନରେ ପ୍ରାୟ ଦେଢ କୋଟି କୁକୁଡାଙ୍କୁ ପୋତି ଦିଆଯାଇଛି । ଏହା ଜାପାନରେ ସର୍ବକାଳୀନ ରେକର୍ଡ । ଜାପାନର କୃଷି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ବର୍ଷ ମଧ୍ୟ ଏହି ସମୟରେ ଜାପାନରେ ବର୍ଡଫ୍ଲୁ ବ୍ୟାପିଥିଲା । ସେହି ସମୟରେ ୯୮୭ ଲକ୍ଷ କୁକୁଡାଙ୍କୁ ନଷ୍ଟ କରାଯାଇଥିଲା । ଚଳିତ ବର୍ଷ ୧.୪୭୮ କୋଟି କୁକୁଡାଙ୍କୁ ପୋତାଯାଇଛି । ଏହା ଗତ ବର୍ଷ ଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ବୋଲି ଜାପାନ କୃଷି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଜାପାନରେ ବର୍ଡଫ୍ଲୁ ସହ କୋଭିଡ୍ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ସଂକ୍ରମଣ ରୋକିବା ପାଇଁ ଜାପାନ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
