ମଧ୍ୟପ୍ରଦେଶ, ରାଜସ୍ଥାନ ପରେ କେରଳରେ ବ୍ୟାପିଲା ବାର୍ଡ଼ ଫ୍ଲୁ : ୪୦ ହଜାର ପକ୍ଷୀ ମାରିବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ
କେରଳ : ରାଜସ୍ଥାନ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶ ପରେ ଏବେ କେରଳର ଆଲପୁଜହା ଏବଂ କୋଟାୟାମ ଜିଲ୍ଲାରେ ବାର୍ଡ଼ ଫ୍ଲୁ ମାମଲା ସାମ୍ନାକୁ ଆସିଛି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରଶାସନ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି। ଅଧିକାରୀଙ୍କ ଅନୁଯାୟୀ, ଡିସେମ୍ବର ଶେଷ ସପ୍ତାହରେ ଉଭୟ ଜିଲ୍ଲାରେ ଅନେକ ବତକଙ୍କ ମୃତଦେହ ମିଳିଥିଲା। ଭୋପାଳକୁ ପରୀକ୍ଷା ପାଇଁ ପଠାଯାଇଥିବା ୮ଟି ନମୁନା ମଧ୍ୟରୁ ପାଞ୍ଚଟିରେ H5N8 ରିପୋର୍ଟ ମିଳିଛି | ଏହି କାରଣରୁ ପ୍ରଭାବିତ ଅଞ୍ଚଳରେ ୧ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ୪୦ ହଜାର ବତକ, କୁକୁଡ଼ା ଏବଂ ଅନ୍ୟ ଘରୋଇ ପକ୍ଷୀମାନଙ୍କୁ ମାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ପରିସ୍ଥିତି ନିୟନ୍ତ୍ରଣରେ ଥିବା ସତ୍ତ୍ୱେ ଜିଲ୍ଲାଗୁଡ଼ିକରେ ପ୍ରଶାସନ ହାଇ ଆଲର୍ଟ ଜାରି କରିଛି।