ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା : ଆଜି ବିଜେଡିର ୬ ଘଣ୍ଟିଆ ପୁରୀ ବନ୍ଦ

ଭୁବନେଶ୍ୱର, ୦୭/୦୮ : ବଳଙ୍ଗା ପୀଡ଼ିତାକୁ ନ୍ୟାୟ ଦାବିରେ ଆଜି ପୁରୀ ବନ୍ଦ । ସକାଳ ୬ ଟାରୁ ଆରମ୍ଭ ହୋଇଛି । ଏହା ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରାଯିବ । ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜୁ ଜନତା ଦଳ । ପିପିଲି ଟୋଲଗେଟ୍ ସାମ୍ନାରେ ରାସ୍ତା ବନ୍ଦ କଲା ଦଳ । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା ସହ ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ଅଭିଯୋଗ କରିଛି ବିଜେଡ଼ି। ତୁରନ୍ତ ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ।