ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ସାଇକେଲ ରାଲି

ଭୁବନେଶ୍ୱର,୫ /୩ : ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିିଭିନ୍ନ ସ୍ଥାନରେ ବିଜୁ ଜନତା ଦଳ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସକୁ ଖୁବ ଉତ୍ସାହର ସହ ପାଳନ କରିଛନ୍ତି । ପ୍ରଥମେ କଟକ ଆନନ୍ଦ ଭବନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଜେଡି ପକ୍ଷରୁ ଏକ ବିଶାଳ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଅଭିମୁଖେ ସାଇକେଲ ରାଲି ବାହାରି ଭୁବନେଶ୍ୱରରେ ପହଞ୍ଚିସାରି ସାରିଛି।। ଏଥିରେ ବହୁ ଯୁବ ବିଜେଡି, ଛାତ୍ର ବିଜେଡିର ଶହ ଶହ କର୍ମୀ ସାମିଲ ହୋଇଥିଲେ। ରେଭେନ୍ସା ମହାବିଦ୍ୟାଳୟରୁ ପାକିସ୍ତାନର ପେଶୱାର ପର୍ଯ୍ୟନ୍ତ ବିଜୁ ବାବୁ ଛାତ୍ର ଜୀବନରେ ସାଇକେଲ ଯାତ୍ରା କରିଥିଲେ। ସେହି ଐତିହାସିକ ଯାତ୍ରାକୁ ଆଜି ମନେ ପକାଇ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଏଭଳି ସାଇକେଲ ରାଲି କରାଯାଇଥିବା ଯୁବ ଓ ଛାତ୍ରକର୍ମୀମାନେ ପ୍ରକାଶ କରିଛନ୍ତି।