ଭୁବନେଶ୍ୱର, ୨୧/୦୪ : ବିଜେଡ଼ିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ଆଜି ନବୀନ ନିବାସକୁ ଆସିଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ରାଜାନୀତି ଛାଡ଼ି ଦେଲି ବୋଲି କହିଛନ୍ତି ରଘୁନନ୍ଦନ । ରଘୁନନ୍ଦନ ଦାସ ଆଜି ନବୀନ ନିବାସରେ ପହଁଚିଥିଲେ । ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, ଦଳ ପ୍ରତି ତାଙ୍କର କୌଣସି ବିଦ୍ରୋହ ନାହିଁ । ଯଦି ଦଳ ପ୍ରତି ବିଦ୍ରୋହ ଥାଆନ୍ତା ତେବେ ବାଲିକୁଦାରେ ବିଜେଡ଼ି ହାରିଥାଆନ୍ତା । ସ୍ୱାସ୍ଥ୍ୟଗତ କାରଣରୁ ସେ ରାଜନୀତିରୁ ଦୂରେଇ ରହୁଛନ୍ତି ବୋଲି କହିଛନ୍ତି । ଏହା ପରେ ସେ ଆହୁରି କହିଛନ୍ତି ଧରି ନିଅନ୍ତୁ ମୁଁ ରାଜନୀତି ଛାଡ଼ି ଦେଲି । କିନ୍ତୁ ଦଳ ପ୍ରତି ତାଙ୍କର ଆନୁଗତ୍ୟ ରହିବ ବୋଲି କହିଛନ୍ତି । ବିଧାୟକ ରଘୁନନ୍ଦନ ଦାସ ୨୦୧୯ରେ ବିଜେଡ଼ିରୁ ଟିକେଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ରେ ଦଳ ତାଙ୍କୁ ଆଉ ଟିକେଟ୍ ଦେଇ ନ ଥିଲା । କିନ୍ତୁ ସେବେଠାରୁ ସେ ଆଉ ରାଜନୀତିରେ ସକ୍ରିୟ ନ ଥିଲା । ଏକ ପ୍ରକାର କଣଠେସା ହୋଇ ରହିଥିଲେ ।