ଭୁବନେଶ୍ୱର,୫/୭ : ପବିତ୍ର ବାହୁଡ଼ା ଠାରୁ ଦଳର ସାଂଗଠନିକ ପୁନର୍ବିନ୍ୟାସ ଆରମ୍ଭ କରିଛି ବିଜେଡି । ବରିଷ୍ଠ ନେତାମାନଙ୍କୁ ସଂଗଠନରେ ଗୁରୁ ଦାୟିତ୍ୱ ଦିଆଯାଇଛି । ଏବେ ଛାମୁଆ ସଂଗଠନର ବି ପୁନର୍ବିନ୍ୟାସ ହେବ । ଏ ନେଇ ପ୍ରକ୍ରିୟା ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସପ୍ତାହେ ଭିତରେ ଛାମୁଆ ସଂଗଠନ ରୂପ ରେଖ ବଦଳିବା ନେଇ ବଡ଼ ଘୋଷଣା ହୋଇପାରେ ।
ବିଜେଡିରେ ଯୁବ, ଛାତ୍ର, ମହିଳା ସଂଗଠନର ନେତୃତ୍ୱ କିଏ ନେବେ ? ଏହାକୁ ନେଇ ଦଳ ଭିତରେ ରାଜନୈତିକ ଚର୍ଚ୍ଚା ବଢ଼ିଯାଇଛି । ନବୀନ କାହା ମୁଣ୍ଡରେ ଛାମୁଆ ସଂଗଠନ ମୁଖିଆ ମୁକୁଟ ପିନ୍ଧାଇବେ, ତାହା ଉପରେ ସଭିଙ୍କ ନଜର ରହିଛି। ଭାବମୂର୍ତ୍ତି, ସାଂଗଠନିକ ଦକ୍ଷତା ଓ ଗ୍ରହଣୀୟତାକୁ ପାଥେୟ କରି ଛାମୁଆ ନେତା ଚୟନ ହେବେ । ଏ ନେଇ ତାଲିକା ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି । ଯେ କୌଣସି ସମୟରେ ଘୋଷଣା ହୋଇପାରେ ।