୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ୪ ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଯିବେ ରାଜ୍ୟସଭା । ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ସୁଲତା ଦେଓ, ବିଜେଡି ମୁଖପାତ୍ର ତଥା ମିଶନ ଶକ୍ତିର ପରାମର୍ଶଦାତା, ସସ୍ମିତ ପାତ୍ର ବିଜେଡି ମୁଖପାତ୍ର ପୁଣି ଥରେ ରାଜ୍ୟସଭାକୁ ଯିବେ ।

ଉଲ୍ଲେଖଯୋଗ୍ୟ ଯେ, ତିନିଜଣ ରାଜ୍ୟସଭା ସାଂସଦଙ୍କ ନାମ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ୟ୍ୟ ଏବଂ ସସ୍ମିତ ପାଟ୍ରାଙ୍କ କାର୍ୟ୍ୟକାଳ ଜୁଲାଇ ୧ ରେ ଶେଷ ହେବ। ରାଜ୍ୟସଭା ସାଂସଦ ସୁବାସ ସିଂ ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଜୁନ୍‌ ୧୩ ତାରିଖରେ ଏହି ଉପନିର୍ବାଚନ ହେବ । ଆଗରୁ ନିର୍ବାଚନ କମିଶନ ଏହାର ଘୋଷଣା କରିଥିଲେ । ଶ୍ରୀ ସିଂ ୨୦୨୦ ମାର୍ଚ୍ଚରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ବର୍ଷ ରାଜ୍ୟସଭା ସଦସ୍ୟଭାବେ କାର୍ୟ୍ୟ କରିଥିବା ବେଳେ ଗତ ମାର୍ଚ୍ଚ ୨୭ରେ କଟକ ମେୟର ଭାବେ ନିର୍ବାଚିତ ହୋଇଥିଲେ । ପରେ ଏପ୍ରିଲ ୨୧ରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ୩ଟି ରାଜ୍ୟସଭା ଆସନରେ ଭୋଟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଖବର ଅନୁଯାୟୀ, ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ଟି ସିଟ୍ ରହିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶା ବ୍ୟତୀତ ଅନ୍ୟ ୧୧ ଟି ରାଜ୍ୟ, ଯେଉଁଠାରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ହରିୟାଣା। ।