ଭୁବନେଶ୍ୱର, ୨୯/୦୩ : ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଏହା ପୂର୍ବରୁ ମୋହନ ସରକାରଙ୍କୁ ଗୃହରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ମୁଖ୍ୟ ବିରୋଧୀ ବିଜେଡ଼ି। ବିପର୍ଯସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, ବଜେଟ ଅର୍ଥ ଖର୍ଚ୍ଚ ନହେବା , ସୁଭ୍ରଦା ଯୋଜନାରେ ମୋହନ ସରକାର ଓଡ଼ିଶାର ମହିଳାମାନଙ୍କୁ ପ୍ରତାରଣା ଦେଇଥିବା କଥା ଉଠାଇବା ସହ ମହିଳାଙ୍କ ଅସୁରକ୍ଷିତ ପ୍ରସଙ୍ଗ ଉଠାଇବ ବିଜେଡି । ଏହାସହ ନିର୍ବାଚନରେ ଦିଆଯାଇଥିବା ପ୍ରତିଶୃତି ପାଳନ କରିବାକୁ ଦଳ ଦାବି କରିବ। ଆଜି ମହିଳା ଶିଶୁବିକାଶ, ନିର୍ମାଣ, ପର୍ଯ୍ଯଟନ, ଅବକାରୀ, ମିଶନଶକ୍ତି ଓ ଆଇନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ଯକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି। ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ପୂର୍ବରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇସାରିଛି । ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ବ୍ୟୟ ମଞ୍ଜୁରୀ ବିଲ ଜରିଆରେ ଗୃହରେ ପାରିତ କରାଯିବ । ଯାହାକୁ ନେଇ ଗୃହରେ ସରଗରମ ଆଲୋଚନା ହେବ ।