ଭୁବନେଶ୍ୱର, ୧୩/୦୯ : ରାଜ୍ୟରେ ଚାଷୀମାନେ ହଇରାଣ ହେଉଥିବା ବେଳେ ସମସ୍ୟାକୁ ନେଇ ଆସନ୍ତା ୧୭ ତାରିଖ ଦିନ ଆନ୍ଦୋଳନ କରିବ ବିଜେଡି । ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ । ଏହାପରେ ସରକାର ନଚେତିଲେ ଜିଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେଡି କହିଛି ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି । ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣରେ ସମସ୍ୟା ରହିଛି । ଖାଲି ସେତିକି ନୁହେଁ, ସାରର ଅଭାବ ଚାରିଆଡେ ଦେଖାଦେଇଛି । ହେଲେ ଉପମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀ କହୁଛନ୍ତି ସାରର ଅଭାବ ନାହିଁ ।
