ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା : ଆସନ୍ତା ୭ରେ ବିଜେଡି କରିବ ୬ ଘଣ୍ଟିଆ ହରତାଳ

ଭୁବନେଶ୍ୱର, ୦୪/୦୮ : ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା । ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଯେଉଁଥିରେ ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ହରତାଳ କରାଯିବ ବୋଲି ଘୋଷଣା କରାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ହରତାଳ କରିବ ବିଜୁ ଜନତା ଦଳ । ପ୍ରେସମିଟ୍‌ରେ ବିଜେଡି ନେତା ଆହୁରି ମଧ୍ୟ କହିଛନ୍ତି ଯେ, ପୀଡିତାଙ୍କୁ ନ୍ୟାୟ ଦାବିରେ ଆସନ୍ତା ୭ ତାରିଖରେ ସକାଳ ୬ ଟା ଠାରୁ ଦିନ ୧୨ ଟା ଯାଏ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ହରତାଳ ହେବ। ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ। ପୋଲିସର ତଦନ୍ତ ଉପରେ ବିଜେଡ଼ିର ପ୍ରଶ୍ନବାଚୀ।‌ ଘଟଣାର ସତ୍ୟାସତ୍ୟ ଯଥାଶୀଘ୍ର ସରକାର ଉନ୍ମୋଚନ କରନ୍ତୁ। ରାଜ୍ୟ ସରକାର ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ବିଜେଡ଼ିର ଅଭିଯୋଗ। ପୀଡ଼ିତାଙ୍କ ପରିବାର ଉପରେ କଣ ଚାପ ପଡିଲା ଯାହାଫଳରେ ତାଙ୍କ ବାପା ନିଜର ମତ ପରିବର୍ତ୍ତନ କରାଇଲେ। ତୁରନ୍ତ ଏହାର ସତ୍ୟତା ସାମ୍ନାକୁ ନଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ।