୨୦ରୁ ପିପିଲି ଉପନିର୍ବାଚନ ଲାଗି ପ୍ରଚାର

ଭୁବନେଶ୍ୱର,୧୬/୯: ୨୦ରୁ ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହେବାକୁ ଯାଉଛି । ଆଜି ବିଜେଡିର ଏକ ବୈଠକ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ କିଛି ନେତା ଉପସ୍ଥିତ ଥିଲେ। ଗତକାଲି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଥିଲା ।

ବୈଠକ ପରେ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ପିପିଲିରେ ଛୋଟ ଛୋଟ ସଭା ସମିତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭରଚୁଆଲ ଯୋଗେ ପ୍ରଚାର କରିବା ନେଇ ଆଲୋଚନା ଚାଲିଛି। ଆସନ୍ତା ୨୦ ତାରିଖରୁ ଆମେ ପ୍ରଚାରକୁ ଜୋରଦାର କରିବୁ। ପ୍ରଦୀପ ମହାରଥୀ ଓଭର କନଫିଡେନ୍ସ ଯୋଗୁ କମ୍ ବ୍ୟବଧାନରେ ଜିତୁଥିଲେ। ମାତ୍ର ଆମେ ଏଥର ଓଭର କନଫିଡେନ୍ସ ନାହୁଁ। ଅଧିକ ବ୍ୟବଧାନରେ ଜିତିବା ପାଇଁ ଆମେ କାର୍ଯ୍ୟ କରୁଛୁ।