ଭୁବନେଶ୍ୱର, ୨୩/୦୯ : ଆଜି ବିଧାନସଭା ଘେରିବ ବିଜେଡି । ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗାଁ ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ଆନ୍ଦୋଳନରେ ସାମିଲ ହେବେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ଘେରାଉ କରିବ ଦଳ । ପଞ୍ଚାୟତ ସମିତି ଆଇନକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିଜେପି କର୍ମୀଙ୍କୁ ସୁହାଇଲା ଭଳି ସରକାର ସର୍କୁଲାର ଜାରି କରୁଥିବା ଅଭିଯୋଗ ଆଣିଛି ବିଜେଡି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଧି ବ୍ୟବସ୍ଥାକୁ ହନନ ପ୍ରତିବାଦରେ ଆସନ୍ତକାଲି ବିଧାନସଭା ଘେରିବାକୁ ବିଜେଡି ନିଷ୍ପତ୍ତି ନେଇଛି।
