ଭୁବନେଶ୍ୱର, ୧୬/୦୭ : ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଆଜି ଲୋକସେବା ଭବନ ଘେରିବ ଦଳ । ନ୍ୟାୟିକ ତଦନ୍ତ ଘୋଷଣା ନହେବା ଯାଏଁ ବିଜେଡ଼ି ଲଢେଇ ଜାରି ରଖିବ ବୋଲି କହିଛି । ଏହା ଏକ ଆନୁଷ୍ଠାନିକ ବିଶ୍ବାସଘାତକତାରୁ କିଛି କମ୍ ନୁହଁ। ଏକ ଯୋଜନାବଦ୍ଧ ଅନ୍ୟାୟ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ନବୀନ। ତାଙ୍କ ମୃତ୍ୟୁରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଯୁବ ଓ ଛାତ୍ର ବିଜେଡି । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି। ପ୍ଲାକାର୍ଡ ଧରି ସରକାର ବିରୋଧରେ ନାରାବାଜୀ କରିଛନ୍ତି ଯୁବ ଓ ଛାତ୍ର ବିଜେଡି କର୍ମୀ । ଭାରତ ଇତିହାସରେ ଏକ କଳା ଦିନ ବୋଲି କୁହାଯାଇଛି। ବିଜେଡିର ପ୍ରତିବାଦକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସକାଳ ୯ଟା ୩୦ ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଅଫିସରେ ପହଞ୍ଚିବାକୁ କୁହାଯାଉଛି।
