ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡିର ବାଜିମାତ୍‌

ବାରିପଦା,୧୩ /୨: ସାରସକଣା ବ୍ଲକର ୫୬ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭୁବନେଶ୍ୱର ମହାନ୍ତଙ୍କ ନିଧନ ପରେ ସେଠାରେ ଗତ ୧୧ ତାରିଖରେ ଉପନିର୍ବାଚନ ହେଇଥିଲା । ଶୁକ୍ରବାର ଏହି ଉପନିର୍ବାଚନର ଫଳାଫଳ ଘଷଣା କରାଯାଇଛି। ସମୁଦାୟ ୮ ପର୍ଯ୍ୟାୟରେ ୮ଟି ଗ୍ରାମ ପଞ୍ଚାୟତର ଭୋଟ୍ ଗଣତି ପରେ ବିଜେଡିର ତୁଷାରେନ୍ଦୁ ମହାନ୍ତ ୧୫୩୫୧ ଟି ଭୋଟ ପାଇଥିବାବେଳେ, ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାଥୀ ବଂଶୀଧର ବେରା ୪୯୨୩ ଖଣ୍ଡ ଭୋଟ ପାଇଛନ୍ତି ।

ବିଜେଡି ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୧୦୪୨୮ ଖଣ୍ଡ ଭୋଟରେ ଜିତି ଯାଇଥିବା ବେଳେ, ବିଜେପି ପ୍ରାର୍ଥୀ ବଂଶୀଧର ବେରା ୪୯୨୩, ଜେ.ଏମ.ଏମ ପ୍ରାର୍ଥୀ ପ୍ରଦୀପ ମହାନ୍ତ ୧୧୬୩, କଂଗ୍ରେସ ପ୍ରାର୍ଥୀ ଚିତ୍ତ ବିକାଶ ମହାପାତ୍ର ୬୧୮ ଏବଂ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ମହାନ୍ତ ୨୪୩୦ ଖଣ୍ଡ ଭୋଟ ପାଇଛନ୍ତି।

ଭାଜପା ୬ ବିଧାୟକ ଓ ସାଂସଦ ଏବେ ଚିନ୍ତାରେ। କାରଣ ନିର୍ବାଚନ ଫଳାଫଳ ସେମାନଙ୍କ ସ୍ଥାନୀୟ ଅଞ୍ଚଳରେ ଥିବା ପତିଆରାକୁ ବିପଦରେ ପକାଇଛି। ସ୍ଥାନୀୟ ବିଧାୟକ ବିଜେପିର ଥିବା ବେଳେ ଆସନ ହାତରୁ ଖସିଯିବା ରାଜ୍ୟ ନେତୃତ୍ବଙ୍କୁ ଚିନ୍ତାରେ ପକାଇପାରେ।