ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନାମ ସର୍ବପ୍ରଥମେ ରହିଛି। ସେ ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କରିବେ।
ନବୀନଙ୍କ ବ୍ୟତୀତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନୀରଞ୍ଜନ ପୂଜାରୀ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରତାପ ଜେନା, ସଞ୍ଜୟ କୁମାର ଦାସ ବର୍ମା ଏବଂ ସାରଦା ନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ପ୍ରଚାର ମୈଦାନକୁ ଓହ୍ଲାଇବେ। ଦଳର ସମସ୍ତ ବଡ଼ ନେତା ସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ସୂଚନାଯୋଗ୍ୟ, ସ୍ନେହାଙ୍ଗିନୀ ଛୁରିଆ ଆସନ୍ତା ସୋମବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।
