ପିପିଲି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେଲେ ଆଶ୍ରିତ ପଟ୍ଟନାୟକ

ପିପିଲି,୨୫/୩: ପିପିଲି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ଆଶ୍ରିତ ପଟ୍ଟନାୟକଙ୍କ ନାଁରେ ମୋହର ମାରିଛି । ଗତ ସାଧାରଣ ନିର୍ବାଚନରେ ମଧ୍ୟ ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କଠାରୁ ସେ ହାରିଯାଇଥିଲେ । କିନ୍ତୁ ସେ ପ୍ରଦୀପ ମହାରଥୀଙ୍କୁ କଡ୍ଡା ଟକ୍କର ଦେଇଥିଲେ । ତାଙ୍କୁ ପ୍ରାୟ ୭୨ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ଉପ ନିର୍ବାଚନରେ ଦଳ ତାଙ୍କୁ ଆଗରେ ରଖି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ।

ଉଲ୍ଲେଖଯୋଗ୍ୟ ଯେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏପ୍ରିଲ ୧୭ ତାରିଖରେ ବହୁ ଚର୍ଚ୍ଚିତ ଏହି ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ।