ଫେବୃଆରୀ ୨ରୁ ୪ ତାରିଖ ଯାଏ ରାଜ୍ୟର ସବୁ ବ୍ଲକ ଘେରାଉ କରିବ ବିଜେପି

ଭୁବନେଶ୍ବର,୩୦/୧ : ରାଜ୍ୟରେ ତିନି ଦିନ ଶୋକ ପାଳନ କରାଯାଉଥିବା ହେତୁ ବିଜେପି ତାର ସମସ୍ତ ଆନ୍ଦୋଳନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଫେବୃଆରୀ ୧ ତାରିଖରେ ସମସ୍ତ ବ୍ଲକ ଘେରାଉ କରିବାକୁ ବିଜେପି ନିଷ୍ପତ୍ତି ନେଇଥିଲା। କିନ୍ତୁ ରାଜ୍ୟରେ ଶୋକ ପାଳନକୁ ସମର୍ଥନ ଜଣାଇ ଏହାକୁ ବାତିଲ କରାଯାଉଛି । ଆସନ୍ତା ଫେବୃଆରୀ ୨, ୩ ଓ ୪ ତାରିଖରେ ବିଜେପି ରାଜ୍ୟର ସମସ୍ତ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବ ।

SBI AD