ଜାତି ଜନଗଣନାକୁ ନେଇ ତେଜିଲା ରାଜନୀତି : ବିଜେପିକୁ କଟାକ୍ଷ କଲେ ପିସିସି ସଭାପତି

0

ଭୁବନେଶ୍ଵର, ୦୧/୦୫ : ବିଜେପିକୁ କଟାକ୍ଷ କଲେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ। ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ରାହୁଲ ଗାନ୍ଧୀ ଜାତି ଜନଗଣନା କରିବାକୁ ଦାବି କରିଆସୁଥିଲେ। ଲୋକସଭାରେ ସମ୍ବିଧାନକୁ ହାତରେ ଧରି ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଜାତି ଜନଗଣନାର ଆବଶ୍ୟକତା କଣ ? କାହିଁକି ଏହାର ଆବଶ୍ୟକ ରହିଛି ? ସେ ବାବଦରେ ମଧ୍ୟ ରାହୁଲ ଗାନ୍ଧୀ ଗୃହରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ। ସେତେବେଳେ ବିଜେପି ନେତା ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲେ କିନ୍ତୁ ଏବେ ସତ୍ୟର ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ କେବଳ ୪ ଜାତି କଥା କହୁଥିଲେ। କିନ୍ତୁ ରାହୁଲ ଗାନ୍ଧୀଙ୍କ ଯେଉଁଭଳି ନ ଡରି ଜାତି ଜନଗଣନା କରିବାକୁ ଦାବି କରୁଥିଲେ। ଶେଷରେ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ଵେ କେନ୍ଦ୍ର ସରକାର ଜାତି ଜନଗଣନା କାରିବାକୁ ଘୋଷଣା କରିଛନ୍ତି। ଆମେ ଏହାକୁ ସ୍ୱାଗତ କରୁଛୁ। କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ନରହୁ।

ତେଲେଙ୍ଗାନାରେ କଂଗ୍ରେସ ବିଜୟ ପରେ ସେଠାରେ ଜାତି ଜନଗଣନାକୁ କାଯ୍ୟକାରୀ କରାଯାଇଥିଲା। ତେଲେଙ୍ଗାନା ମଡେଲକୁ କେନ୍ଦ୍ର ସରକାର ଅନୁଧ୍ୟାନ କରନ୍ତୁ ବୋଲି ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି। ଜାତି ଜନଗଣନାର କାର୍ଯ୍ୟଧାରା ରୂପରେଖ କ’ଣ ରହିବ ସେନେଇ କେନ୍ଦ୍ର ସରକାର ସ୍ପଷ୍ଟ ତଥ୍ୟ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି। ଦୀର୍ଘ ୯୪ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ଜାତିଗତ ଜନଗଣନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିପିଏ) ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଜନଗଣନା ସହ ଜାତିଗତ ଜନଗଣନା କରାଯିବ ।

Leave A Reply

Your email address will not be published.