ଭୁବନେଶ୍ବର,୩/୪ : ବିଧାନସଭାରୁ ୩ ବିଜେପି ବିଧାୟକଙ୍କ ନିଲମ୍ବନ ଘଟଣା ନୂଆ ମୋଡ ନେଇଛି । ବାଚସ୍ପତିଙ୍କ ନିଲମ୍ବନ ନିଷ୍ପତ୍ତିକୁ ବିରୋଧ କରି ବିଧାନସଭା ପରିସରରେ ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ସଦସ୍ୟମାନେ ରାତିସାରା ଧାରଣାରେ ବସିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଆସନ୍ତା ସୋମବାର ରାଜ୍ୟପାଳଙ୍କୁ ଭେଟି ଏ ବାବଦରେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି ।
ସନ୍ଧ୍ୟାରେ, ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ଭେଟିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଜେପି ସଦସ୍ୟଙ୍କୁ ଧାରଣାରୁ ଉଠିଯିବାକୁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ବିଧାୟକମାନେ ନିଜ ନିଜ ଜିଦରେ ଅଟଳ ରହିବା ସହିତ ଧାରଣାରୁ ଉଠିବାକୁ ରୋକ୍ଠୋକ୍ ମନାକରିଦେଇଥିଲେ ।