ବିଜେପିକୁ ପୁଣି ଝଟକା: ଟିଏମସିରେ ମିଶିଲେ ସାଂସଦ ଅର୍ଜୁନ ସିଂହ 

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଭାରତୀୟ ଜନତା ପାର୍ଟି ବା ବିଜେପିକୁ ଲାଗିଛି ଶକ୍ତି ଝଟକା । ବିଜେପି ସାଂସଦ ବା ପାର୍ଟି ଅଧ୍ୟକ୍ଷ ଅର୍ଜୁନ ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପାର୍ଟିର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଅର୍ଜୁନ ଦଳରେ ସାମିଲ ହୋଇଛନ୍ତି  । ଟିଏମସିରେ ସାମିଲ ହେବା ପରେ ପରେ ଅର୍ଜୁନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଅପଡେଟ୍ କରାଯାଇଛି  । ଏହାପରେ ଟିଏମସି ପକ୍ଷରୁ ଟ୍ୱିଟ କରାଯାଇଥିଲା  । ଅର୍ଜୁନ ଟିଏମସିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା  ।

ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ଅର୍ଜୁନ ବିଜେପି ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ  । ଗତ ୬ ମାସ ଧରି ଅର୍ଜୁନ ଟିଏମସି ସଂପର୍କରେ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି  । ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଜୁନ ବାରାକପୁରରେ ତୃଣମୂଳ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ  । ମାତ୍ର ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ  । ଲୋକସଭା ନିର୍ବାଚରେ ବିଜେପି ତାଙ୍କୁ ଟିକେଟ ଦେଇଥିଲା ଓ ସେ ବାରାକପୁର ଆସନରୁ ଜିତି ସାଂସଦ ହୋଇଥିଲେ  ।

ସେ ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ଏହା ପରେ ବିଜେପି ଛାଡ଼ି ଟିଏମସିରେ ଯୋଗଦେବାକୁ ଘୋଷଣା କରିଥିଲେ ।