ନୂଆଦିଲ୍ଲୀ,୨୯/୧୨ : ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ (ଏଡିଆର) ଗୁରୁବାର ନିଜର ରିପୋର୍ଟରେ କହିଛି ଯେ ବିଜେପିକୁ ୨୦୨୧-୨୨ରେ ନିର୍ବାଚନୀ (ଇଲେକ୍ଟ୍ରୋରଲ) ଟ୍ରଷ୍ଟ ଦ୍ୱାରା ରାଜନୈତିକ ଦଳକୁ ଦିଆଯାଇଥିବା ମୋଟ ଚାନ୍ଦାର ୩୫୧.୫୦ କୋଟି ଟଙ୍କା (୭୨.୧୭) ମିଳିଛି । ଅନ୍ୟପଟେ କଂଗ୍ରେସକୁ ଟିଆରଏସ, ସମାଜବାଦୀ ପାର୍ଟି, ଆପ୍ ଏବଂ ୱାଇଏସଏରସିପିରୁ ମଧ୍ୟ କମ ଚାନ୍ଦା ମିଳିଛି ।
ଇଲେକ୍ଟ୍ରୋରଲ ଟ୍ରଷ୍ଟ, କର୍ପୋରେଟ୍ ସଂସ୍ଥା ଏବଂ ବ୍ୟକ୍ତିଙ୍କ ଏକ ନନ୍ ପ୍ରଫିଟେବଲ ସଂଗଠନ । ଏହା କୌଣସି ବ୍ୟକ୍ତିଙ୍କ ଠାରୁ ବ୍ୟବସ୍ଥିତ ଢଙ୍ଗରେ ଅନୁଦାନ ପ୍ରାପ୍ତର କାର୍ଯ୍ୟ କରିଥାଏ । ଏହାର ଉଦ୍ଦେଶ୍ୟ ନିର୍ବାଚନୀ ସମ୍ୱନ୍ଧୀୟ ଖର୍ଚ୍ଚ ପାଇଁ ଧନରାଶିର ବ୍ୟବହାରରେ ପାରଦର୍ଶିତାରେ ସୁଧାର ଆଣିବା ଅଟେ ।
ଏଡିଆର ରିପୋର୍ଟ ଅନୁସାରେ, ଇଲେକ୍ଟ୍ରୋରଲ ଟ୍ରଷ୍ଟରୁ କଂଗ୍ରେସକୁ ୧୮.୪୪ କୋଟି ଟଙ୍କା ମିଳିଛି । ଅନ୍ୟପଟେ ଟିଆରଏସକୁ ୪୦ କୋଟି ଟଙ୍କା ମିଳିଛି । ସମାଜବାଦୀ ପାର୍ଟିକୁ ୨୭ କୋଟି ଟଙ୍କା ମିଳିଛି । ସେହିପରି ଆମ୍ ଆଦମୀ ପାର୍ଟିକୁ ୨୧.୧୨ କୋଟି ଟଙ୍କା ଏବଂ ୱାଇଏସଆରସିପିକୁ ୨୦ କୋଟି ଟଙ୍କା ମିଳିଛି । ରିପୋର୍ଟରେ କୁହାଯାଇଛି ଯେ ଶିରୋମଣି ଅକାଳୀ ଦଳକୁ ୭ କୋଟି ଟଙ୍କା, ପଞ୍ଜାବ ଲୋକ କଂଗ୍ରେସ ପାର୍ଟିକୁ ୧ କୋଟି ଟଙ୍କା, ଗୋଆ ଫରୱାର୍ଡ ପାର୍ଟି ଏବଂ ଡିଏମକେକୁ ୫୦-୫୦ ଲକ୍ଷ ଟଙ୍କା ମିଳିଛି ।
