ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ : ବିଜେପି ପ୍ରଭାରୀ ବିଜୟପାଲ ସିଂ

ଭୁବନେଶ୍ବର : ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ। ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର୍। ସେ କହିଛନ୍ତି, ତାଲିକା ପ୍ରସ୍ତୁତ ହୋଇସାରିଛି। କେନ୍ଦ୍ରର ମଞ୍ଜୁରୀ ମିଳିବା ପରେ ଘୋଷଣା କରାଯିବ। ତେବେ ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯୋଜନା ନାହିଁ।