ପଶ୍ଚିମବଙ୍ଗରେ ବିଜେପି ୨୦୦ଟି ଆସନ ଜିତିବ : ଅମିତ ଶାହା

କୋଲକାତା,୩୦/୩ : ଆଜି ନନ୍ଦିଗ୍ରାମରେ ରୋଡ ସୋ’ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କ କହିବା ମୁତାବକ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଧିକ ଭୋଟ ସହିତ ନନ୍ଦିଗ୍ରାମ ବିଧାନସଭା ଆସନ ଜିତିବାକୁ ଯାଉଛନ୍ତି। ମୁଁ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବିଜେପି କେତୋଟି ଆସନ ଜିତିବ, ସେବିଷୟରେ କହିଥିଲି। ଦ୍ୱିତୀୟ ପର୍ଯ୍ୟାୟ ପରେ ମଧ୍ୟ ମୁଁ ବିଜେପି କେତୋଟି ଆସନ ଜିତିବ, ସେବିଷୟରେ ଜଣାଇବି। କିନ୍ତୁ ବିଜେପି ନିଶ୍ଚିତ ଭାବରେ ୨୦୦ରୁ ଅଧିକ ଆସନ ଜିତିବ ବୋଲି ମୁଁ ଜାଣିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ବର୍ଷ ହାରିବା ନିଶ୍ଚିତ। ଶୁଭେନ୍ଦୁ ଅଧିକାରୀ ତାଙ୍କୁ ହରାଇବେ ବୋଲି ଅମିତ ଶାହା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।