ଭୁବନେଶ୍ୱର : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କୁ ନେଇ ଏବେ ଚର୍ଚ୍ଚା ସବୁଆଡେ । ଏହାରି ମଧ୍ୟରେ ରିମାଣ୍ଡରେ ଆସିବେ ଅର୍ଚ୍ଚନା । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ଯୋଜନା କରିବା ସହ ପ୍ରସ୍ତୁତି ଆରମ୍ଭ କରିଛି । କାଲି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ଆବେଦନ ପାଇଁ ଇଡି ପ୍ରସ୍ତୁତି କରିଥିବା ସୂଚନା ମିଳିଛି । ତେବେ ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ମିଳିତ ଜେରା କରିବାକୁ ଇଡି ଯୋଜନା କରିଛି । ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ଇଡି ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ସୋମବାର ଇଡି ସମନ ଜାରି କରିଥିଲା। ଆଜି ଜେରା ପାଇଁ ଇଡି ଅଫିସ୍କୁ ଶ୍ରଦ୍ଧାଞ୍ଜଳି ବେହେରା ଯାଇଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ପରେ ପରେ ଇଡି ଅଫିସ୍ରେ ପ୍ରଯୋଜକ ଅକ୍ଷୟ ପରିଜା ବି ପହଞ୍ଚିଥିଲେ। ସେହିପରି ମଙ୍ଗଳବାର ଦିନ ୯ଘଣ୍ଟା ଜେରା ପରେ ଇଡିରୁ ବାହାରିଥିଲେ ଅକ୍ଷୟ ପରିଜା। ଗତକାଲି (୨୦୨୨ ନଭେମ୍ବର ୨୨) ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି, ଆଇନ ତା ବାଟରେ ଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ।
