ଭୁବନେଶ୍ୱର,୧୨/୫: ଭୁବନେଶ୍ୱରରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ବେଳେ ସଂକ୍ରମଣ ରୋକିବା ପାଇଁ ବିଏମ୍ସି ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ତେବେ ଏହାରି ଭିତରେ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମ୍ଚନ୍ଦ୍ର ଚୌଧରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହକୁ ଦାୟିତ୍ୱ ଦିଆଯାଇଛି । ବିଏମ୍ସି କମିଶନରରୁ ବଦଳି ପରେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଏବେ ଜିଏ ବିଭାଗର ଓଏସ୍ଡି ଭାବେ ଦାୟିତ୍ୱ ଦିଆଯାଇଛି ।