ବିଏମ୍‌ସିର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର

ଭୁବନେଶ୍ୱର,୯/୪ : ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ହେଲେ ଆଉ ଜଣେ ମହିଳା । ୨୨ ନମ୍ବର ଓ୍ୱାର୍ଡର ମହିଳା କର୍ପୋରେଟର ମଞ୍ଜୁଲତା କହଁର ଏବେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ଭାର ସମ୍ଭାଳିବେ । ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ପଦବୀ ପାଇଁ ଅନେକ ଆଶାୟୀ ଥିଲେ । ୬୭ କର୍ପୋରେଟରଙ୍କ ମଧ୍ୟରୁ ୪୮ ଜଣ ବିଜେଡିର ହୋଇଥିବାରୁ ଡେପୁଟୀ ମେୟର ହେବା ସୁନିଶ୍ଚିତ ଥିଲା । ତେଣୁ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିଲେ ଓ ଲବି ଚଳାଇଥିଲେ । ହେଲେ ଦଳ ସୁପ୍ରିମୋ ମଞ୍ଜୁଲତା କହଁର ଉପରେ ଭରସା କରିଛନ୍ତି । ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ ଦେଇନାହିଁ ।