ଭୁବନେଶ୍ବର,୩୧/୮: କରୋନା ଯୁଦ୍ଧରେ ହାରିଗଲେ ବିଏମସିର ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରା । ସୁରକ୍ଷିତ ଓ ସତର୍କ ରହିବା ନେଇ ରାଜଧାନୀବାସୀଙ୍କୁ ସତର୍କ ସଜାଗ ଓ ସଚେତନ କରୁଥିବା ଏହି ଯୋଦ୍ଧା ଜଣକ ଆଉ ନାହାନ୍ତି । କୋଭିଡ୍ ଟେଷ୍ଟ କେନ୍ସ୍ର ପରିଚାଳନା ହେଉ ଅବା ସାମାଜିକ ଦୂରତା ମାନୁ ନଥିବା ଅମାନିଆଙ୍କୁ ଦିନେ ରାଜଧାନୀବାସିଙ୍କୁ ସତର୍କ ସଜାଗ କରୁଥିବା ଏହି କରୋନା ଯୋଦ୍ଧା ପ୍ରାଣ ହରାଇଛନ୍ତି।
ପ୍ରଫୁଲ୍ଲ କୁମାର ବେହେରାଙ୍କ ଠାରେ ଗତ ୨୨ ତାରିଖରେ କୋଭିଡ ପଜିଟଭି ବାହାରିବା ପରେ ୨୩ ତାରିଖରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆୟୁସିରେ ଭର୍ତ୍ତି କରିବା ପରେ ଭେଣ୍ଟିଲେଟର ଲାଗିଥିଲା । ହେଲେ କରୋନା ଯୁଦ୍ଧରେ ହାରି ଯାଇଥିଲେ ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରା। ତାଙ୍କୁ ସତ୍ୟ ନଗର ମଶାଣି ସହ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶବ ସତ୍କାର କରାଯାଇଥିଲା।