ମୁମ୍ବାଇ, ୯/୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବତ ଆଜି ମୁମ୍ବାଇ ପହଞ୍ଚିବେ | ପୂର୍ବରୁ କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା | ଏହି ସମୟରେ ବିଏମସି ଜେସିବି ସହିତ କଙ୍ଗନାଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଛି । ବିଏମସି ଅଧିକାରୀଙ୍କ ଦ୍ୱାରା ଅଭିନେତ୍ରୀଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଉଛି। ଅନ୍ୟପକ୍ଷରେ କଙ୍ଗନାଙ୍କ ଓକିଲ ବିଏମସିର କାର୍ଯ୍ୟାନୁଷ୍ଠାନ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି।
କଙ୍ଗନା ଟୁଇଟ୍ କରି ଲେଖିଛନ୍ତି, ମଣିକର୍ଣ୍ଣିକା ଫିଲ୍ମସ୍ ଅଧିନରେ ପ୍ରଥମ ଫିଲ୍ମ ‘ଅଯୋଧ୍ୟା’ ଘୋଷିତ ହୋଇଥିଲା। ତାହା ମୋ ପାଇଁ ଖାଲି ଅଟ୍ଟାଳିକା ନୁହେଁ, ରାମ ମନ୍ଦିର ଅଟେ। ଆଜି ବାବର ଆସିଛନ୍ତି, ଆଜି ଇତିହାସ ନିଜର ପୁନରାବୃତ୍ତି କରିବ। ରାମ ମନ୍ଦିର ପୁଣି ଭାଙ୍ଗିବ। କିନ୍ତୁ, ମନେରଖ ବାବର, ଏ ମନ୍ଦିର ପୁଣି ନିର୍ମାଣ ହେବ, ଏ ମନ୍ଦିର ପୁଣି ନିର୍ମାଣ ହେବ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ।