ପଲିଥିନ୍ ତିଆରି କରୁଥିବା କମ୍ପାନୀକୁ ବନ୍ଦ କରିବ BMC

ଭୁବନେଶ୍ବର,୨୩/୧୦ : ଭୁବନେଶ୍ବର ସହରର ପ୍ରତ୍ୟେକ ବଜାରରେ ପଲିଥିନ୍ କ୍ୟାରି ବ୍ୟାଗ ଏବେ ବି ଭର୍ତ୍ତି ହୋଇ ରହିଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ପକ୍ଷରୁ ରଣନୀତିରେ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି। ଏନେଇ ପ୍ଳାଷ୍ଟିକ୍ ଉତ୍ପାଦନ ୟୁନିଟ୍‌ଗୁଡ଼ିକୁ ଟାର୍ଗେଟ କରିବାକୁ ବିଏମସି ଯୋଜନା କରିଛି। ପ୍ଲାଷ୍ଟିକ୍ ବିରୋଧରେ ଅଭିଯାନରେ ଦୋକାନୀଙ୍କୁ ଧରିବା ଏବଂ ଦଣ୍ଡିତ କରିବା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇନାହିଁ ବୋଲି ଅଧିକାରୀ କହିଛନ୍ତି।

ବିଏମସି କହିଛି ଯେ, ନିୟମିତ କାର୍ଯ୍ୟାନୁଷ୍ଠାନ ଏବଂ ସଚେତନତା ସହିତ ଯୋଗାଣକାରୀ ଏବଂ ନିର୍ମାତାମାନଙ୍କ ଉପରେ ଲଗାମ ଲଗାଇବାକୁ ବିଏମସି ଚିନ୍ତା କରୁଛି। ପତଳା କ୍ୟାରି ବ୍ୟାଗ ତିଆରି କରୁଥିବା ଉତ୍ପାଦନ ୟୁନିଟ୍ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବିଏମସି ଯୋଜନା କରିଛି। ଏହା ସହିତ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗର ବିକଳ୍ପ ଯୋଗାଇବା ନେଇ ଗୁରୁତ୍ବାରୋପ କରାଯିବ ବୋଲି ବିଏମସି ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାଶ କହିଛନ୍ତି। ବିଏମସି ଅଧିକାରୀ କହିଛନ୍ତି, ଉତ୍ପାଦନ ୟୁନିଟ୍ ଗୁଡିକ ସହରର କ୍ଷେତ୍ରାଧିକାର ବାହାରେ ଥିବାରୁ, ପୌର ସଂସ୍ଥା ଖୋର୍ଦ୍ଧା ପ୍ରଶାସନର ସାହାଯ୍ୟ ନେବାକୁ ଚେଷ୍ଟା କରିବ। ବିଏମସିର କ୍ଷେତ୍ରାଧିକାର ବାହାରେ ଥିବା ଅଞ୍ଚଳଗୁଡ଼ିକ ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣରେ ରହିଛି। ନିର୍ମାଣ ୟୁନିଟ୍ଗୁଡ଼ିକ ବହୁଳ ପରିମାଣରେ ଯୋଗାଣ କରୁଛନ୍ତି ଏବଂ ଅଧିକାଂଶ ଦୋକାନୀ ସେମାନଙ୍କର ଷ୍ଟକ୍ କମ୍ ପରିମାଣରେ ଆଣି ଗୋଟିଏ ଦିନରେ ଶେଷ କରୁଛନ୍ତି।

ସୂଚନାଯୋଗ୍ୟ, ୧ ଜୁଲାଇ, ୨୦୨୨ ଠାରୁ ବିଏମସି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ସହିତ ଏକକ-ବ୍ୟବହାର ପ୍ଲାଷ୍ଟିକ୍(single-use plastic)ବ୍ୟବହାର ଉପରେ ନିଷେଧ ଲାଗୁ କରିବା ଆରମ୍ଭ କରିଥିଲା। ଯେଉଁଥିରେ ସମସ୍ତ ସହରାଞ୍ଚଳ ପୌର ସଂସ୍ଥାକୁ ଏହି ନିଷେଧ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ଫଳରେ ନିଷିଦ୍ଧ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ ଏବଂ ପ୍ଲାଷ୍ଟିକ୍ ଷ୍ଟିକ୍ ଇୟର ବଡ୍, ବେଲୁନ୍ ଏବଂ ଆଇସ୍କ୍ରିମ୍ ଷ୍ଟିକ୍, ପ୍ଲାଷ୍ଟିକ୍ ପତାକା, କ୍ୟାଣ୍ଡି ଷ୍ଟିକ୍ ଏବଂ ସାଜସଜ୍ଜା ଉଦ୍ଦେଶ୍ୟରେ ବୃବହୃତ ହେଉଥିବା ପଲିଷ୍ଟାଇରିନ୍ ଭଳି ପ୍ଲାଷ୍ଟିକ୍ ଜିନିଷ ବିକ୍ରୟ କରୁଥିବା ବିକ୍ରେତାମାନଙ୍କ ଉପରେ ଜରିମାନା ଲାଗୁ କରାଯାଇଥିଲା।

 

SBI_Festive_Digital Billboard