ମହାରାଷ୍ଟ୍ର,୧୪/୯ : ମହାରାଷ୍ଟ୍ରର ଅମରାବତୀସ୍ଥିତ ୱାର୍ଦ୍ଧା ନଦୀରେ ମଙ୍ଗଳବାର ଡଙ୍ଗା ଓଲଟିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଏଯାବତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଯାତ୍ରୀ ନିଖୋଜ ରହିଥିବା ସୂଚନା ମିଳିଛି। ପ୍ରଶାସନ ଏହି ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ୧୧ ଜଣ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି।
ଗୋରେଗାଓଁରୁ ଏମାନେ ସମସ୍ତେ ଅନ୍ତିମ ସଂସ୍କାର କାମ ପାଇଁ ଆସିଥିଲେ। ଅନ୍ତିମ ସଂସ୍କାର ଶେଷ କରିବା ପରେ ଆଜି ସକାଳେ ଏହି ପରିବାର ନରଖେଡ ତାଲୁକାର ଜୁଞ୍ଜ ଅଞ୍ଚଳ ବୁଲିବାକୁ ଯାଇଥିଲେ। ଶିବ ମନ୍ଦିର ଦର୍ଶନ କରିବା ପାଇଁ ସେମାନେ ଏକ ଡଙ୍ଗା ସାହାଯ୍ୟରେ ୱାର୍ଦ୍ଦା ନଦୀରେ ଯାତ୍ରା କରିଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ ଡଙ୍ଗାଟି ଓଲଟି ପଡିଥିଲା।