ନୂଆଦିଲ୍ଲୀ, ୧୩/୦୯ : କଙ୍ଗୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦୁଃଖଦ ଘଟଣା। ଡଙ୍ଗା ଓଲଟିବାରୁ ୧୦୦ରୁ ଅଧିକ ଲୋକଙ୍କ ମୁତ୍ୟୁ। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଅନୁମାନ। ଏକ ମୋଟର ଡଙ୍ଗା ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାଟି ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଏବଂ ସାମଗ୍ରୀ ନେଇଯାଉଥିଲା। ଅଧିକାରୀମାନେ କହିଛନ୍ତି ଯେ ଡଙ୍ଗାଟି ରାତିରେ ଯାତ୍ରା କରୁଥିଲା ଏବଂ ଭାରସାମ୍ୟ ହରାଇ ନଦୀରେ ଓଲଟି ପଡ଼ିଥିଲା। ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ନିଖୋଜ ଲୋକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ନଦୀ କୂଳରେ ରହୁଥିବା ଗ୍ରାମର ଲୋକମାନେ ମଧ୍ୟ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ପରିବାରରେ ଶୋକର ଲହରୀ ଖେଳିଯାଇଛି। ରାଜ୍ୟ ଗଣମାଧ୍ୟମ ଏହି ଦୁର୍ଘଟଣା ପାଇଁ ରାତିରେ ଡଙ୍ଗାରେ ଅଧିକ ଯାତ୍ରୀ ଏବଂ ସାମଗ୍ରୀ ନେଇ ଯାଉଥିବା କାରଣରୁ ଏପରି ଦୁର୍ଘଟଣା ପାଇଁ ନୌଚାଳନାକୁ ଦାୟୀ କରିଛି। କଙ୍ଗୋରେ ଏହା ପ୍ରଥମ ଥର ନୁହେଁ ଯେ ଡଙ୍ଗା ଦୁର୍ଘଟଣା ଘଟିଛି। ଓଭରଲୋଡିଂ ଏବଂ ସୁରକ୍ଷା ମାନଦଣ୍ଡ ପ୍ରତି ଅଜ୍ଞତା ଯୋଗୁଁ ଏଠାରେ ଏପରି ଘଟଣା ପ୍ରାୟତଃ ଘଟେ।
