ନୂଆଦିଲ୍ଲୀ,୦୪/୦୮: ୟେମେନର ଅବୟାନ୍ ପ୍ରଦେଶର ଉପକୂଳରେ ପ୍ରବାସୀ ଭର୍ତ୍ତି ଏକ ଡଙ୍ଗା ବୁଡ଼ି ଯାଇଛି । ୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୪ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଡଙ୍ଗାରେ ଥିବା ସମସ୍ତ ପ୍ରବାସୀ ଇଥିଓପିଆର ଥିଲେ । ସେମାନେ ୟେମେନ୍ ଦେଇ ରୋଜଗାର ଆଶାରେ ସାଉଦି ଆରବକୁ ବାହାରିଥିଲେ । ଦୁର୍ଘଟଣାରେ କେବଳ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଯେଉଁଥିରେ ନଅ ଜଣ ଇଥିଓପିଆନ୍ ଏବଂ ଜଣେ ୟେମେନ୍ ନାଗରିକ ଅଛନ୍ତି । ଆନ୍ତର୍ଜାତୀୟ ପ୍ରବାସ ସଂଗଠନ ଘଟଣାକୁ ସବୁଠୁ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ବୋଲି କହିଛି। ଉଦ୍ଧାରକାରୀ ଟିମ୍ ନିଖୋଜ ୭୪ ଜଣଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ଆଫ୍ରିକାର ଲୋକମାନେ ୟେମେନ୍ ଭଳି ସଂଘର୍ଷପୂର୍ଣ୍ଣ ଦେଶର ପଥ କାହିଁକି ବାଛନ୍ତି ? ଏହାର ଉତ୍ତର କେବଳ ଆର୍ଥିକ ନୁହେଁ ବରଂ ସାମାଜିକ ଏବଂ ରାଜନୈତିକ ମଧ୍ୟ ।