ରୀତିନୀତି ସହିତ କଣ୍ଢେଇକୁ ବିବାହ କଲେ ବଡି ବିଲଡର

ନୂର-ସୁଲତାନ : ଆପଣ ନିଶ୍ଚୟ ପୁରୁଷ ଏବଂ ସ୍ତ୍ରୀର ବିବାହ ଦେଖିଥିବେ | ଆଜିର ଯୁଗରେ ଆମେ ଦୁଇ ମହିଳା, ଦୁଇ ପୁରୁଷ ଏବଂ ତୃତୀୟ ଲିଙ୍ଗର ବିବାହ ବିଷୟରେ ମଧ୍ୟ ଶୁଣିଛୁ | କିନ୍ତୁ ଆପଣ କେବେ ମଣିଷ ଏବଂ ଗୋଟିଏ କଣ୍ଢେଇର ବିବାହ ବିଷୟରେ ଶୁଣିଛନ୍ତି କି? ହୁଏତ ଶୁଣି ନଥିବେ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ | କାଜାଖସ୍ତାନର ଜଣେ ବଡି ବିଲଡର ସମ୍ପୂର୍ଣ୍ଣ ରୀତିନୀତି ସହିତ ଏକ ଡଲ୍ ମାର୍ଗୋଙ୍କୁ ବିବାହ କରିଛନ୍ତି | ଏହି ବଡି ବିଲଡରଙ୍କ ନାଁ ୟୁରି ଟୋଲୋସ୍କୋ। ସେ ନିଜ କଣ୍ଢେଇକୁ ବିବାହ କରିଛନ୍ତି। ଏହି କଣ୍ଢେଇକୁ ସେ ବର୍ଷକ ତଳେ ପ୍ରପୋଜ କରିଥିଲେ। ସେ ନିଜ ବିବାହର ଭିଡିଓ ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ମଧ୍ୟ ପୋଷ୍ଟ କରିଛନ୍ତି। କଜାଖିସ୍ତାନର ସ୍ଥାନୀୟ ମିଡିଆ ସଂସ୍ଥାନ ଟିଏନଏନ୍ ଅନୁସାରେ ୟୁରି ଟୋଲୋସ୍କୋ ଏବଂ ତାଙ୍କ କଣ୍ଢେଇ ମାର୍ଚ୍ଚ ମାସରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ କୋଭିଡ-୧୯ ସଂକ୍ରମଣ,ଲକଡାଉନ୍ ଯୋଗୁଁ ସେ ବିବାହ ପ୍ଲାନ୍ ଆଗକୁ ବଢ଼ାଇ ଦେଇଥିଲେ।

ୟୁରି ଟୋଲୋସ୍କୋ କୋଭିଡ କାଳରେ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ କେତେକ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଅକ୍ଟୋବର ମାସରେ ଆକ୍ରମଣ କରିଥିଲେ। ୟୁରି ଟ୍ରାନ୍ସଜେଣ୍ଡର ରାଲିରେ ଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏବେ ୟୁରି ଏବଂ ମାର୍ଗୋ ସ୍ବାମୀ-ସ୍ତ୍ରୀ ହୋଇ ସାରିଛନ୍ତି।

ୟୁରି ଏହି କଣ୍ଢେଇ ସହ ଲଞ୍ଚ ଡିନର ଏକାଠି କରନ୍ତି। ଜିମ୍ ଯାଆନ୍ତି ଏବଂ ୟୋଗା କରନ୍ତି। ଘରର ସବୁ କାମ ଏକାଠି କରନ୍ତି। ଏପରିକି ୟୁରି ଏହି କଣ୍ଢେଇ ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥାଆନ୍ତି। ୟୁରି କହିଥିଲେ ଯେତେବେଳେ ସେ ପ୍ରଥମ ଥର କଣ୍ଢେଈର ଫଟୋ ତାଙ୍କ ସମ୍ପର୍କୀୟଙ୍କୁ ଦେଖାଇଥିଲେ ସେମାନେ ରାଗି ଯାଇଥିଲେ। ଏହା ପରେ ସେ ତାର ପ୍ଲାଷ୍ଟିକ୍ ସର୍ଜରୀ କରାଇଥିଲେ। ସେ ତାଙ୍କ କଣ୍ଡେଇକୁ ଡାକ୍ତର ଏବଂ ଏକ୍ସପର୍ଟଙ୍କୁ ଦେଖାଇଥିଲେ। ଏବେ ସେ ପୂରାପୂରି ତାଙ୍କ ପାଇଁ ଠିକ୍ ଅଛନ୍ତି। ଏବେ କାହାକୁ କୌଣସି ଅସୁବିଧା ନାହିଁ। ଇନଷ୍ଟାଗ୍ରାମରେ ୟୁରି ଯେଉଁ ବିବାହର ଭିଡିଓ ପୋଷ୍ଟ କରିଛନ୍ତି ତାହା ଦେଖି ଜଣା ଯାଉଛି ଯେ ୟୁରି ମାର୍ଗୋ ସହ ବିବାହ କରି ବହୁତ ଖୁସି ଅଛନ୍ତି। ଏହି ବିବାହରେ ଅନେକ ଲୋକ ଜମା ହୋଇଥିଲେ।